Train Accident: ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଯାତ୍ରୀ, ଭଦ୍ରକ ରେଳଷ୍ଟେସନରୁ ବାହାରିଲା ସ୍ବତନ୍ତ୍ର ଟ୍ରେନ - ସ୍ବତନ୍ତ୍ର ଟ୍ରେନ
ଭଦ୍ରକ: ଜିଲ୍ଲା ରେଳଷ୍ଟେସନରୁ ବାହାରିଛି ଏକ ସ୍ଵତନ୍ତ୍ର ଟ୍ରେନ । ହାୱଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ବାଲେଶ୍ଵର ଜିଲ୍ଲା ସୋର ବାହାନଗା ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ସେ ଦିନ ଯିବାକୁ ଥିବା ସ୍ଥାନଗୁଡିକୁ ଏହି ଟ୍ରେନଟି ଯିବ । ସେହି ସେହି ଷ୍ଟେସନ ଦେଇ ଏହି ଟ୍ରେନଟି ଯିବ । ଏଥିରେ ଆହତ ଯାତ୍ରୀ, ମୃତ ଯାତ୍ରୀମାନଙ୍କ ପରିବାର ସଦସ୍ୟ ତଥା ଆତ୍ମୀୟ ସ୍ଵଜନ ମୋଟ 35 ଜଣଙ୍କୁ ନେଇ ଏହି ଟ୍ରେନଟି କରମଣ୍ଡଳ ଏକ୍ସପ୍ରେସ ଯିବାକୁ ଥିବା ବାଟ ଦେଇ ଯିବ ବୋଲି ଜଣାପଡିଛି । କରମଣ୍ଡଳ ଏକ୍ସପ୍ରେସ ରହଣି ସ୍ଥଳୀଗୁଡ଼ିକରେ ଏହି ଟ୍ରେନଟି ରହିବ । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ କୌଣସି ଦେୟ ନଦେଇ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି ଟିଟି । ଗତ 2 ତାରିଖ ଦିନ ଦୁର୍ଘଟଣା କାରଣରୁ ଅନେକ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ କିଛି ଯାତ୍ରୀ ନିଜ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ଲାଗି ଭୁବନେଶ୍ବର ମଧ୍ୟ ଯାଉଛନ୍ତି । ଏହି ଟ୍ରେନଟି କଟକ, ଭୁବନେଶ୍ବର ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ବୋଲି ଟିଟି ସୂଚନା ଦେଇଛନ୍ତି।
ଇଟିଭି ଭାରତ, ଭଦ୍ରକ