ଓଡିଶା

odisha

Sambalpuri Din

ETV Bharat / videos

Sambalpuri Din: କଚେରୀ ଛକରେ ମହାସମାରୋହ, ସମ୍ବଲପୁରୀ ଗୀତରେ ଦୁଲୁକିଲା ମଞ୍ଚ - ସମ୍ବଲପୁରୀ ଗୀତରେ ଦୁଲୁକିଲା ମଞ୍ଚ

By

Published : Aug 1, 2023, 9:10 PM IST

ସମ୍ବଲପୁର:ଆଜି ହେଉଛି ଅଗଷ୍ଟ 1 ସମ୍ବଲପୁରୀ ଦିନ ।  ଏହି ଅବସରରେ ଆଜି ସମ୍ବଲପୁର ସହର କଚେରୀ ଛକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହେଉଛି ।  ଏହି ଅବସରରେ କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାସ୍ତାରେ ସମ୍ବଲପୁରୀ ନୃତ୍ୟ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ତଥା ଆଖ ପାଖା ଅଞ୍ଚଳର ଲୋକ କଳାକାରମାନେ ନିଜର ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ କରିଥିବା ଦେଖିବାକୁ ମିଳିଛି । 

ଏହା ପୂର୍ବରୁ ସମ୍ବଲପୁରୀ କବିତା ଆସର, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା  । ପିଲାରୁ ବୃଦ୍ଧ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପିନ୍ଧି, ପାରମ୍ପରିକ ସମ୍ବଲପୁରୀ ପିଠାପଣା ଖାଇ ସମ୍ବଲପୁରୀ ନୃତ୍ୟ ଗୀତର ମଜା ନେଇଥିଲେ  ।  ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ମୁକେଶ ଭାମୁ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ  ।

ଏହା ବି ପଢନ୍ତୁ- ସମ୍ବଲପୁରୀ ଦିନ୍‌: ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ

ଏହି ଅବସରରେ ଜିଲ୍ଲାପାଳ ଓ ଏସପି ସମ୍ବଲପୁର ବାସୀଙ୍କୁ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣେଇଥିଲେ  ।  2013 ମସିହାରୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହା ପାଳିତ ହୋଇଆସୁଛି  ।  ରାଜ୍ୟ ତଥା ଦେଶ ବାହାରେ ଅଗଷ୍ଟ 1 ତାରିଖରେ ସମ୍ବଲପୁରୀ ଦିନ ପାଳିତ ହୋଇଆସୁଛି  । ଅନ୍ୟପଟେ ଏଥର ସମ୍ବଲପୁର ଗଙ୍ଗାଧର ମଣ୍ଡପ ଓ ହୀରାକୁଦରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ ହୋଇଛି  ।  

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details