ମା ଶାରଳାଙ୍କ ମନ୍ଦିରରେ ସେବକ ସମ୍ପ୍ରଦାୟର ନେତ ପୂଜା
ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳା । ମା'ଙ୍କ ମନ୍ଦିରରେ ଆଜିଠାରୁ ସେବକ ସମ୍ପ୍ରଦାୟର ନେତ ପୂଜା ଅନୁଷ୍ଠିତ ହେଉଛି। ସେବକ ସମ୍ପ୍ରଦାୟର 12 ବର୍ଷରୁ କମ ବୟସର ଝିଅ ମାନଙ୍କୁ ମା'ଙ୍କ ବେଶରେ ସଜ୍ଜିତ କରାଯାଇ ଶାରଳାଙ୍କ ମନ୍ଦିରକୁ ନିଆଯାଇଥାଏ। ପୁରୀରେ ସେବକ ସମ୍ପ୍ରଦାୟର ପରମ୍ପରା ଭଳି ଦଶହରା ସମୟରେ ମା ଶାରଳାଙ୍କ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ମଧ୍ୟରେ ଏହି ଅନନ୍ୟ ପରମ୍ପରା ଦେଖିବାକୁ ମିଳେ। ସେବକ ସମ୍ପ୍ରଦାୟର ପିଲାମାନଙ୍କୁ ନେତ ବେଶ କରାଯିବା ସହିତ ସେମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ପରିବାରର ପିଲାମାନେ ଚନ୍ଦନ ଯାତ୍ରା ଠାରୁ ଆରମ୍ଭ କରି ମାଙ୍କ ପହୁଡ଼ ସମୟରେ ନୃତ୍ୟ ପରିବେଷଣ କରିଥାନ୍ତି। ସେବକମାନଙ୍କ ପାଖରୁ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ଏହି ପାରମ୍ପରିକ ପରମ୍ପରା ଦେଖିବାକୁ ମିଳେ।
Last Updated : Feb 3, 2023, 8:28 PM IST