ଓଡିଶା

odisha

5T Secretary Mayurbhanj Visit

ETV Bharat / videos

5T Secretary Mayurbhanj Visit: ସଭା ପରେ ଫିଙ୍ଗାଗଲା ଟ୍ରିପ ଟ୍ରିପ ଟ୍ରାକ୍ଟର ଖାଦ୍ୟ - ମୟୂରଭଞ୍ଜ ଖବର

By

Published : Aug 14, 2023, 10:47 PM IST

ରାଇରଙ୍ଗପୁର: "ସରକାର କା ମାଲ୍ ଦରିୟା ସେ ଡାଲ୍" । ଏପରି କିଛି ଉକ୍ତି ସତ୍ୟ ପ୍ରମାଣିତ ହୋଇଥିବା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ । ରାଜ୍ୟରେ ବସବାସ କରୁଥିବା କିଛି ଗରିବ, ଖଟିଖିଆ, ଦିନ ମଜୁରିଆମାନେ ଭଲ ଭାବରେ ଗୋଟିଏ ଓଳି ଖାଇବା କଷ୍ଟକର ହୋଇପଡୁଥିବା ବେଳେ ଏଠାରେ ଟ୍ରାକ୍ଟରରେ ଲୋଡ୍ କରାଯାଇ ଭାତ ତରକାରୀ ସବୁ ଫିଙ୍ଗାଯାଉଥିବାର ଦୃଶ୍ୟ ଏବେ ଦେଖିବାକୁ ମିଳୁଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ସ୍ପଷ୍ଟ ବାରି ହେଉଛି । ୫ଟି ସଚିବ ଭି.କେ.ପାଣ୍ଡିଆନ କରଞ୍ଜିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିବା ବେଳେ ଏପରି କିଛି ଅଭାବନୀୟ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି ।  

ଗତ ୧୧ ଓ ୧୨ ତାରିଖ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ତେବେ କରଞ୍ଜିଆରେ ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଶହ ଶହ ଲୋକଙ୍କୁ ବୁହା ହୋଇ ସଭାକୁ ଅଣାଯାଇଥିବାର ମଧ୍ୟ ସୂଚନା ରହିଛି । ଲୋକଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା  । ହେଲେ ଏହି ଦାୟିତ୍ଵରେ ଥିବା କର୍ମୀମାନେ ସଠିକ ମାତ୍ରାରେ ଖାଦ୍ୟ ପରିବେଷଣ ନ କରିପାରିନଥିଲେ । ଶେଷରେ ପ୍ରଶାସନ ବାଧ୍ୟ ହୋଇ ବଳକା ଖାଦ୍ୟ ସବୁକୁ କରଞ୍ଜିଆ ନୂଆସାହିରେ ଥିବା ଏନଏସିର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଫିଙ୍ଗିଛି ।  

ଏହା ବି ପଢନ୍ତୁ-ମୟୂରଭଞ୍ଜ ଗସ୍ତରେ 5T ସଚିବ: କେଉଁଠି ମିଳିଲା ସ୍ବାଗତ, କେଉଁଠି ବିରୋଧ

ବର୍ତ୍ତମାନ ଚାଉଳ କିଲୋ ୩୦ରୁ ଊର୍ଦ୍ଧ୍ବ ରହୁଥିବା ସମୟରେ ଆୟୋଜକମାନେ କିପରି ଜାଣିପାରିଲେ ନାହିଁ ଯେ ଟ୍ରିପ ଟ୍ରିପ ଖାଦ୍ୟ ଫିଙ୍ଗିଲେ। ଖାଦ୍ୟ ବ୍ୟବସ୍ଥା ପ୍ରଶାସନ ଓ ବିଜେଡି କାର୍ଯ୍ୟକର୍ତ୍ତା ତୁଲାଉଥିଲେ । କିନ୍ତୁ ପ୍ରଶାସନ ଓ ବିଜେଡି କାର୍ଯ୍ୟକର୍ତ୍ତା କେମିତି ଜାଣି ପାରିଲେ ନାହିଁ କେତେ ଲୋକେ ଖାଇବେ ? ଯଦିଓ ଅଧିକରୁ ଅଧିକ ଖାଦ୍ୟ ବଳି ଯାଇଥିଲା, ସେ ଖାଦ୍ୟକୁ ନେଇ ଗାଁ ଗଣ୍ଡାରେ ଥିବା ଗରିବ ଶ୍ରେଣୀର ଲୋକଙ୍କୁ ବାଣ୍ଟି ଦେଇଥିଲେ କିଛି ଭୋକିଲା ଲୋକଙ୍କ ପେଟ ପୁରି ପାରିଥାନ୍ତା । ତେବେ କାର୍ଯ୍ୟକ୍ରମର ପରଦିନ ସକାଳୁ ବଳକା ଖାଦ୍ୟକୁ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ରାକ୍ଟର ସହାୟତାରେ ଫିଙ୍ଗି ଦିଆଯାଇଥିଲା। ଏପରି ଖାଦ୍ୟ ଫିଙ୍ଗାକୁ ନେଇ ଏବେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପ୍ରଶାସନକୁ ନିନ୍ଦିତ ହେବାକୁ ପଡ଼ିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details