ଓଡିଶା

odisha

Snow leopard cub

By

Published : Aug 11, 2023, 8:31 PM IST

ETV Bharat / videos

Watch: ଦାର୍ଜିଲିଂ ପ୍ରାଣୀ ଉଦ୍ୟାନରେ କୁନି ଅତିଥି, ଜନ୍ମ ନେଲେ ବରଫ ଚିତା ଶାବକ

କୋଲକାତା:ପଶ୍ଚିମବଙ୍ଗ ଦାର୍ଜିଲିଂ ସ୍ଥିତ ପଦ୍ମଜା ନାଇଡୁ ହିମାଳୟ ପ୍ରାଣୀ ଉଦ୍ୟାନକୁ ଆସିଲା କୁନି ଅତିଥି । ତିନି ମାସ ପରେ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଛନ୍ତି ବରଫ ଚିତା ଶାବକ । ଏହାସହିତ ପଦ୍ମଜା ନାଇଡୁ ହିମାଳୟ ପ୍ରାଣୀ ଉଦ୍ୟାନ ସ୍ନୋ ଲିଓପାର୍ଡ ପ୍ରଜନନରେ ରେକର୍ଡ ସୃଷ୍ଟି କରିଛି । ୧୩ ବର୍ଷ ୩ ମାସର ମାଆ ଚିତା ଜିମ୍ବା ଗୋଟିଏ ଚିତାବାଘ ଶାବକକୁ ଜନ୍ମ ଦେଇଛି । ପୂର୍ବରୁ ଜିମ୍ବାକୁ ଗର୍ଭ ଧାରଣର ଅସୁବିଧା ଥିବା ବେଳେ ଏବେ ସଫଳତାର ସହିତ ଚିତା ଶାବକକୁ ଜନ୍ମ ଦେବା ପରେ ପ୍ରାଣୀ ଉଦ୍ୟାନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏବେ ମାଆ ଚିତା ଓ ଶାବକକୁ ନିରୀକ୍ଷଣରେ ରଖାଯାଇଛି ବୋଲି ପଶ୍ଚିମବଙ୍ଗ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକ କହିଛନ୍ତି । ଚଳିତ ବର୍ଷ ପ୍ରଥମରୁ ଉଦ୍ୟାନରେ ୨ଟି ଚିତା ଶାବକ ଜନ୍ମ ନେଇଥିଲେ । ରେ ଓ ମର୍ଣ୍ଣିଂ ୫ଟି ଶାବକ ଜନ୍ମ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ନାମ ବୈଶାଖୀ ଓ ହିମାଦ୍ରି ରଖିଯାଇଥିଲା । ଏବେ ନୂଆ ଚିତା ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ମୋଟ ୧୫ଟି ଚିତା ଶାବକ ରହିଛନ୍ତି । 

ଏହା ବି ଦେଖନ୍ତୁ- କ୍ୟାମେରାରେ କଏଦ ହେଲେ ବିଲୁପ୍ତପ୍ରାୟ ବରଫ ଚିତାବାଘ

ABOUT THE AUTHOR

...view details