ଓଡିଶା

odisha

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ବିଶାଳ ଜନ ସମାବେଶ

ETV Bharat / videos

ସ୍ଥାୟୀପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ, ବିଶାଳ ଜନ ସମାବେଶରେ ସରକାରଙ୍କୁ ଚେତାବନୀ

By

Published : Apr 28, 2023, 10:18 PM IST

ଭବାନୀପାଟଣା: ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବିଶାଳ ଜନ ସମାବେଶ । କାହିଁ କେଉଁ ଆବହମାନ କାଳରୁ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ବସବାସ କରି ଆସୁଛନ୍ତି ବସ୍ତି ବାସିନ୍ଦା । ହେଲେ ଆଜି ପର୍ଯ୍ୟନ୍ତ  ସ୍ଥାୟୀ ବାସିନ୍ଦା ଭାବରେ ପରିଚୟ ଖୋଜୁଛନ୍ତି ଏମାନେ । ଭୋଟ ପରିଚୟ ସହ ଆଧାର ପରିଚୟ ପତ୍ର ମିଳିଛି । ହେଲେ ପଟ୍ଟାଖଣ୍ଡିଏ ଯୋଗାଇ ଦେଇ ନାହାନ୍ତି ସରକାର । ଆଉ ଏହି ସମସ୍ୟାକୁ ନେଇ ଲୋକେ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଥିବା ବେଳେ ଆଜି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବସ୍ତି ବାସିନ୍ଦା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୨୦ଟି ୱାର୍ଡର ବିଭିନ୍ନ ସରକାରୀ ଜମି ଓ ଦେବୋତ୍ତର ଜମିରେ ଦୀର୍ଘ ବର୍ଷ ଧରି ବାସବାସ କରିଛନ୍ତି ଆସୁଛନ୍ତି ଲୋକେ । ୨୦୧୫ ମସିହାରେ ସହରର ସୌନ୍ଦର୍ଯ୍ୟକରଣ ନାଁ ରେ ଅନେକ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିଥିଲା ଜିଲ୍ଲା ପ୍ରଶାସନ। ଯାହାକୁ ନେଇ ଆନ୍ଦୋଳନ ଦେଖିବାକୁ ମିଳିଥିଲା ।  ବସ୍ତି ଆଇନ ୨୦୧୭ ଅନୁଯାୟୀ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ସାର୍ଟିଫିକେଟ ପ୍ରଦାନ କରି କାମ ସାରି ଦେଇଛି ପ୍ରଶାସନ । ହେଲେ ୫୦ ପ୍ରତିଶତ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ସରକାର ସ୍ଥାୟୀ ପଟ୍ଟା ଯୋଗାଇ ଦେଇ ନାହାନ୍ତି । ଯାହାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାରହଜାର ବସ୍ତି ବାସିନ୍ଦା ।  

ଇଟିଭି ଭାରତ,ଭବାନୀପାଟଣା

ABOUT THE AUTHOR

...view details