ଓଡିଶା

odisha

ଯାଜପୁରରେ ମାଲବାହୀ ବଗି ଚଢିବା ଘଟଣା, ମୃତ୍ୟୁସଂଖ୍ୟା 6କୁ ବୃଦ୍ଧି

By

Published : Jun 7, 2023, 8:38 PM IST

ମାଲ ଗାଡି ବଗି ଚଢି 6 ମୃତ

ଯାଜପୁର: ଚୂନଭାଟି ପ୍ଲଟ ନିକଟ ରେଳ ଧାରଣା ନିକଟରେ ଠିଆ ହେଇଥିବା ମାଲବାହୀ ଟ୍ରେନରେ କଟି 6 ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଗୁରୁତର ଅବସ୍ଥାରେ ଜଣେ ଆହତଙ୍କ ଚିକିତ୍ସା ଜାରି ରହିଛି । ସୂଚନା ମୁତାବକ ସମସ୍ତ ମୃତାହତ ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ବର୍ଷା ପବନ ଯୋଗୁଁ ସେମାନେ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ଟ୍ରେନର ଇଞ୍ଜିନ ନଥିବାବେଳେ ହଠାତ୍ ପବନରେ 2ଟି ବଗି ଗଡିଯିବା କାରଣରୁ ଘଟଣାସ୍ଥଳରେ 4ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ 2 ଜଣ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । 

ଅପରପକ୍ଷେ, ଟ୍ରେନ୍‌ଟି ଦୀର୍ଘ ଦିନ ଧରି ସେଠାରେ ରହିଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ତେବେ ଯଦି ଟ୍ରେନଟିର ଇଞ୍ଜିନ ନଥିଲା କିମ୍ବା ଯାନ୍ତ୍ରିକ ତ୍ରୁଟି ଥିଲା, ତେବେ କାହିଁକି ଲକ୍ ସିଷ୍ଟମ କରାଯାଇନଥିଲା କହି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟଲୋକେ । ସେପଟେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରଛନ୍ତି । ଏହି କ୍ରମରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details