ଓଡିଶା

odisha

ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ବାବୁ, ବନ୍ଧା ହେଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ

By

Published : Jul 5, 2023, 4:48 PM IST

ଭିିଜିଲାନ୍ସ ହାତରେ ଧରାପଡ଼ିଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ

ମାଲକାନଗିିରି: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ମାଲକାନଗିରି ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ସିନ୍ଧିରିମାଳ ସର୍କଲର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ୨୫୦୦ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟରେ ଜମି ହରାଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୭ଲକ୍ଷ ୩୧ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିଲା । ଏହି ଟଙ୍କା ପାଇବା ପରେ ସିନ୍ଧିମାଳ ରାଜସ୍ୱ ନିରୀକ୍ଷକ ଗୌଡଗୁଡା ପଞ୍ଚାୟତର ମାୟାରାଣୀ ମଣ୍ଡଲ ନାମକ ଜଣେ ମହିଳାଙ୍କ ଠାରୁ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସର ଏକ ଟିମ ସୀମାଞ୍ଚଳ ସାହୁଙ୍କୁ କାବୁ କରିଥିଲା । ତାଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଫିସରେ ପଚରାଉଚରା ଜାରି ରହିଛି  । ଏହାପରେ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ସାହୁଙ୍କ ଅଫିସ ଓ ଘରେ ଚଢାଉ କରିପାରେ ଭିଜିଲାନ୍ସ । ତେବେ ସୀମାଞ୍ଚଳଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ DSP ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, ମାଲକାନଗିରି 

ABOUT THE AUTHOR

...view details