ଓଡିଶା

odisha

କୌଣସି ମୁହୂର୍ତ୍ତରେ ମିଳିପାରେ ସଫଳତା: ଦେଖନ୍ତୁ ଶେଷ ପର୍ଯ୍ୟାୟରେ କେମିତି ରହିଛି ଅପରେସନ

ETV Bharat / videos

କୌଣସି ମୁହୂର୍ତ୍ତରେ ମିଳିପାରେ ସଫଳତା: ଦେଖନ୍ତୁ ଶେଷ ପର୍ଯ୍ୟାୟରେ କେମିତି ରହିଛି ଅପରେସନ

By ETV Bharat Odisha Team

Published : Nov 28, 2023, 3:41 PM IST

ଡେରାଡୁନ:ଦୀର୍ଘ 17 ଦିନ ପରେ ଟନେଲରୁ ଉଦ୍ଧାର ହେବେ ଫସିଥିବା 41 ଶ୍ରମିକ । ଆଜି ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସଂଧ୍ୟା ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ସୂଚନା ଅନୁସାରେ, ଆଉ ମାତ୍ର 2ରୁ 3 ମିଟର ଖୋଳାଯିବାକୁ ବାକି ରହିଛି । ଆମ୍ବୁଲାନ୍ସ, ମେଡିକାଲ ଟିମ୍‌ ଓ ଏନଡିଆରଏଫ ଯବାନ ଟନେଲ ମଧ୍ୟକୁ ପ୍ରବେଶ କରିସାରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଓ କୌଣସି ମୁହୂର୍ତ୍ତରେ ବି ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହେବା ନେଇ ଟ୍ବିଟରେ ସୂଚନା ଦେଇ ସାରିଛନ୍ତି । ପ୍ରଥମେ ଅଗର ମେସିନରେ ହରାଇଜେଣ୍ଟାଲ ଖୋଦେଇ ହେଉଥିବା ବେଳେ ଏଥିରେ ସମସ୍ୟା ଦେଖାଯାଇଥିଲା । ଏହା ପରେ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଓ ପରେ ‘ରାଟ୍‌ ମାଇନିଂ’ ପ୍ରକ୍ରିୟାରେ ଖୋଦେଇ କାମ କରାଯାଇଥିଲା । ତେବେ ସମସ୍ତ ପ୍ରୟାସ ପରେ ଏହି ଅପରେସନ ପ୍ରାୟତଃ ଆଜି ସଂଧ୍ୟା ସୁଦ୍ଧା ସଫଳତାର ସହ ଶେଷ ହୋଇପାରେ । ତେବେ ଘଟଣାସ୍ଥଳରେ କିପରିି ରହିଛି ଚୂଡାନ୍ତ ପ୍ରସ୍ତୁତି ଦେଖନ୍ତୁ ଭିଡିଓ ...

ABOUT THE AUTHOR

...view details