ଓଡିଶା

odisha

Silence reigns in Taparang village

ETV Bharat / videos

ଖାଁ ଖାଁ ତାପରଙ୍ଗ ଗାଁ, ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ

By

Published : May 9, 2023, 10:02 PM IST

Updated : May 11, 2023, 8:26 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରଙ୍ଗ ସଂରକ୍ଷିତ ଜଙ୍ଗଲ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ପୋଲିସ ମାଓବାଦୀଙ୍କ ଗୁଳିବିନିମୟ ଯୋଗୁଁ ଗାଁ ଦାଣ୍ଡ ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି । ଭୟରେ ଲୋକେ ବାହାରକୁ ମଧ୍ୟ ବାହାରୁ ନଥିବା ବର୍ତ୍ତମାନ ସୁଦ୍ଧା ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ । ତେବେ ଘଟଣାକୁ ନେଇ ପୋଲିସ କୌଣସି ସୂଚନା ଦେଇନାହିଁ ।

ଜିଲ୍ଲା ପୋଲିସର SIW ଟିମ ତାପରଙ୍ଗ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପରେ ଅଧିକାରୀ ଖବର ପାଇ ତାପରଙ୍ଗକୁ ଯାଇଥିଲେ ସେହି ସମୟରେ ତାପରଙ୍ଗ ଗାଁର ଆଶାକର୍ମୀଙ୍କ ଘର ନିକଟକୁ ମାଓବାଦୀ ଥିବା ବେଳେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୨ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ମାଓବାଦୀ ଗୁରୁତର ଆହତ ହୋଇଥିଲେ। ମାଓବାଦୀଙ୍କ ପାଲଟା ଗୁଳିରେ SIW ଡିଏସପି ଅତୁଳ ଦାସ ମଧ୍ୟ ଗୁରୁତର ହୋଇଥିଲେ। ଗୁରୁତର ମାଓବାଦୀ ଓ ଡିଏସପିଙ୍କ ମଦନପୁର ରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହା ବି ପଢନ୍ତୁ- କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

ଏହାସହ ଗୁରୁତର ଡିଏସପିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଣି ସେଠାରୁ ତାଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ବର ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି । ସେପଟେ ଖୋଦ କଳାହାଣ୍ଡି ଏସପି ବାଇକ ଯୋଗେ ତାପରଙ୍ଗ ଗାଁକୁ ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଆଶାକର୍ମୀଙ୍କ ଘରକୁ ଯାଇ ଆଶାକର୍ମୀଙ୍କୁ ପୋଲିସ ବାଇକରେ ଆଣି ମଦନପୁର ରାମପୁର ଥାନାରେ ରଖିଥିବା ବେଳେ ବର୍ତ୍ତମାନ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 11, 2023, 8:26 PM IST

ABOUT THE AUTHOR

...view details