ଓଡିଶା

odisha

ଅସୁସ୍ଥ ଘୋଡ଼ାକୁ ଆପଣାଇଲା ଆଶ୍ରମ

ETV Bharat / videos

ବୟସ ହେବାରୁ ରାସ୍ତାରେ ଛାଡ଼ିଦେଲା ମାଲିକ, ଆଶ୍ରମ ପାଲଟିଲା ଘୋଡ଼ାର ନୂଆ ଘର - ଅସୁସ୍ଥ ଘୋଡ଼ାକୁ ଆପଣାଇଲା ଆଶ୍ରମ

By ETV Bharat Odisha Team

Published : Aug 23, 2023, 7:02 PM IST

ବାଲେଶ୍ବର:ସତରେ କଣ ଏ ମଣିଷ ସ୍ୱାର୍ଥପର ? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଅନେକ ଉଦାହରଣ ସାମ୍ନାକୁ ଆସିଥାଏ । ଠିକ୍‌ ସେମତି ମଣିଷ ଗୃହପାଳିତ ପଶୁଙ୍କୁ ଭାରି ଆଦର କରିଥାଏ । ହେଲେ ପଶୁଟିର ବୟସ ହୋଇଗଲେ ତାକୁ ପର କରିଦିଏ । ଏହାରି ଭିତରେ ପୁଣି ଏକ ଘଟଣା ସାମ୍ନାକୁ ଆସିବା ପରେ ମଣିଷ ପଣିଆ ଏଠି ଧିକ୍କାର କରୁଛି । ରୋଜଗାର ଦେଉଥିବା ଘୋଡ଼ା ଯେତେବେଳେ ଅସୁସ୍ଥ ହୋଇଗଲା ସେତେବେଳେ ମାଲିକ ତାକୁ ପର କରିଦେଲା । ଦିନେ ଏହି ଘୋଡ଼ାକୁ ନେଇ ହଜାର ହଜାର ଟଙ୍କା ରୋଜଗାର କରୁଥିଲା । ଶରୀରରୁ ବଳ ହଟି ଗଲା ପରେ ଘୋଡ଼ାଟିକୁ ରାଜରାସ୍ତାରେ ଛାଡ଼ି ଦେଇ ଚାଲି ଗଲା ନିଷ୍ଠୁର ମାଲିକ । ଏବେ ଘୋଡ଼ାଟି ଏକ ବୃଦ୍ଧା ଆଶ୍ରମରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ଆଶ୍ରମର ରକ୍ଷଣା ବେକ୍ଷଣା ଓ ଯତ୍ନ ନେବାପରେ ଏବେ ଘୋଡ଼ା ସୁସ୍ଥ ହୋଇଗଲାଣି । ଘୋଡ଼ା ବି ନୂଆ ମାଲିକ ଯୋଗୀ ସୁଧାକର ମୁନିଙ୍କୁ ପାଇ ଯାଇଛି । ପୂର୍ବ ମାଲିକ ସିନା ତାକୁ ନେଇ ଅର୍ଥ ଉପାର୍ଜନ କରୁଥିଲା ହେଲେ ନୂଆ ମାଲିକ ଢେର ସାରା ଭଲ ପାଇବା ଦେଇ ଏକ ନୂଆ ସମ୍ପର୍କରେ ବାନ୍ଧି ଦେଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୁଡରେ ଥିବା ଶିବମୁନି ସେବା ସଂଗଠନ ଆଶ୍ରମରେ । ଦୀର୍ଘ ଦିନ ହେବ ଘୋଡ଼ାଟି ସେଠାରେ ରହି ଆସୁଛି । ଏବେ ଘୋଡ଼ାଟି ଖୁସିରେ ଥିବା ବେଳେ ସମସ୍ତଙ୍କ କଥା ବି ମାନୁଛି । ଘୋଡ଼ାଟି ଆଶ୍ରମର ଅନ୍ତେବାସୀଙ୍କ ଭଲ ପାଇବାରେ ବାନ୍ଧି ହୋଇ ଯାଇଛି । ଆଶ୍ରମରେ କାହାରିକୁ ଟିକେ ନଦେଖିଲେ ପାଗଳ ଭଳି ହେଉଛି । ମାଲିକ ସିନା ସ୍ୱାର୍ଥ ହାସଲ ପରେ ପର କରି ଦେଇଛି ହେଲେ ଘୋଡ଼ାର ଯିଏ ଜୀବନ ବଞ୍ଚାଇଛି ତାକୁ ବା ସେ କେମିତି ଭୁଲି ପାରିବ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details