Watch: ବଦ୍ରିନାଥରେ ଧୂମଧାମରେ ଜନ୍ମାଷ୍ଟମୀ ପାଳିତ - ଜନ୍ମାଷ୍ଟମୀରେ ଭାବ ବିହ୍ବଳ ହେଲେ ଭକ୍ତ
Published : Sep 7, 2023, 1:45 PM IST
ଡେରାଡୁନ: ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଚାରିଧାମର ଏକ ଧାମ ବଦ୍ରିନାଥ । ଗତକାଲି ଏଠାରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ମନ୍ଦିରକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗେଣ୍ଡୁ ଫୁଲରେ ସଜାଯାଇଥିଲା । ସେପଟେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଉତ୍ସବକୁ ନେଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ପ୍ରକାଶ ଥାଉକି, ବଦ୍ରିନାଥ ମନ୍ଦିର ତଳେ ଅଳକାନନ୍ଦ ନଦୀ ପ୍ରବାହିତ ହେଉଛି । ଅଳକାନନ୍ଦା ନଦୀ ଦେବପ୍ରୟାଗର ଗଙ୍ଗୋତ୍ରିରୁ ଆସୁଥିବା ଭାଗୀରଥୀ ନଦୀରେ ମିଶି ଗଙ୍ଗାର ସୃଷ୍ଟି ହୋଇଛି । ବର୍ତ୍ତମାନ ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ଚାଲିଥିବା ବେଳେ ବଦ୍ରିନାଥ ଧାମରେ ଭକ୍ତଙ୍କ ଭିଡ ଜମିଛି । ବଦ୍ରିନାଥ ମନ୍ଦିର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ । ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିନ୍ଦୁ ଧର୍ମ ବିଶ୍ୱାସରେ ଚାରି ଧାମ ଭିତରେ ଏକ ପ୍ରମୁଖ ଧାମ ହେଉଛି ବଦ୍ରିନାଥ ।
ଏହା ମଧ୍ୟ ପଢନ୍ତୁ- ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ