ଓଡିଶା

odisha

ଫେକ୍ ମେଡିସିନ ମାମଲା, ଦୋକାନୀ ଗିରଫ

ETV Bharat / videos

ନକଲି ଔଷଧ, ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ରେଡ୍ - ନକଲି ଔଷଧ କାରବାର

By

Published : Jul 6, 2023, 9:47 PM IST

ଅନୁଗୋଳ: ଦିନକୁ ଦିନ ବଢିବାରେ ଲାଗିଛି ନକଲି ଔଷଧ କାରବାର ।  ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ରାଜ୍ୟ ଡ୍ରଗ୍ସ  କଣ୍ଟ୍ରୋଲ ବିଭାଗର ଡ୍ରଗ୍ସ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡଙ୍କ ପକ୍ଷରୁ ଚଢାଉ । 

ଅନୁଗୋଳ ଜିଲ୍ଲାର ବିଭିନ୍ନ ଦୋକାନରେ ଚଢାଉ କଲା ଡ୍ରଗ୍ସ  କଣ୍ଟ୍ରୋଲ ବିଭାଗ । ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ମା ବୁଢ଼ୀ ମେଡ଼ିସିନ ଷ୍ଟୋରକୁ ସିଲ କରାଯାଇଛି। ଏଥିସହ ଷ୍ଟୋର ମାଲିକଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାପାଳ ମା’ ବୁଢ଼ୀ ଦୋକାନରୁ ମେଡ଼ିସିନ ନେଇ ବ୍ୟବହାର କରିଥିଲେ। ସେହି ମେଡ଼ିସିନ ନକଲି ବୋଲି ଜାଣିବାକୁ ପାଇଲେ । 

ଫଳରେ ସେ ଏନେଇ ରାଜ୍ୟ ଡ୍ରଗ୍ସ  କଣ୍ଟ୍ରୋଲ ବିଭାଗକୁ ଜଣାଇଥିଲେ। ଏହାପରେ ରାଜ୍ୟ ଡ୍ରଗ୍ସ  କଣ୍ଟ୍ରୋଲ ବିଭାଗର ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଏବଂ ଅନୁଗୋଳ ଡିଆଇ ପ୍ରମୁଖ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଔଷଧ ଗୁଡିକର ମାନ ଯାଞ୍ଚ କରିଥିଲେ। ବହୁ ଔଷଧ ନକଲି ବୋଲି ଜଣା ପଡିଥିଲା। ଫଳରେ ମେଡ଼ିସିନ ଷ୍ଟୋରକୁ ସିଲ କରିଥିଲେ ଡ୍ରଗ୍ସ  କଣ୍ଟ୍ରୋଲ ଟିମ୍ । 

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details