ଓଡିଶା

odisha

ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

ETV Bharat / videos

Ratha Yatra 2023: ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ

By

Published : Jun 20, 2023, 3:31 PM IST

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ଚତୁର୍ଦିଗ । କାଳିଆ ସାଆନ୍ତଙ୍କୁ ଦେଖିବାକୁ ସାରା ବିଶ୍ବର କୋଣ ଅନୁକୋଣରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ମାଉସୀ ଘରକୁ ଯିବା ପାଇଁ ରତ୍ନ ସିଂହାସନ ଛାଡ଼ି ରଥରେ ବିଜେ ହୋଇଛନ୍ତି ଶ୍ରୀଜିଉ । ସୁନ୍ଦର ଓ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ବିଭିନ୍ନ ଦେବାଦେବୀଙ୍କ ବେଶରେ ସଜେଇ ହୋଇ ମହାପ୍ରଭୁଙ୍କ ଭକ୍ତିରେ ନାଚୁଛନ୍ତି ଭକ୍ତ ଓ କଳାକାର । ଭାବ ବିନୋଦିଆ ସେ କାଳିଆ ଠାକୁର । କିଏ ନାଚି ନାଚି କାଳିଆକୁ ଡାକୁଛି ତ କିଏ ଗୀତ ଗାଇ ସାଆନ୍ତେଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଜୟ ଜଗନ୍ନାଥ ଧ୍ବନୀ ସହ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ନୃତ୍ୟରେ ଉଛୁଳିଛି ଶ୍ରୀକ୍ଷେତ୍ର । ଏହାରି ଭିତରେ ରଥକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ଆଦିଗୁରୁ ଶଙ୍କରାଚାର୍ଯ୍ୟ । ପରେ ତିନି ରଥ ପରିକ୍ରମା କଲେ ଜଗତ୍‌ ଗୁରୁ ଶଙ୍କରାଚାର୍ଯ୍ୟ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details