Heat Wave: ଆକାଶରୁ ବର୍ଷୁଛି ନିଆଁ, ଆମ୍ବ ରସ ଓ ଲସିର ବଢୁଛି ଚାହିଦା - ଆମ୍ବ ରସ ଓ ଲସିର ବଢୁଛି ଚାହିଦା
ଭବାନୀପାଟଣା: କଳାହାଣ୍ଡିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତ ବ୍ୟସ୍ତ ଜୀବନ ଯାତ୍ରା । ସହରର ତାପମାତ୍ରା ୪୨ ଡିଗ୍ରୀ ପାର କରିଥିଲା । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ । ଅସହ୍ୟ ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହାରା କଳାଚଷମା । ଏବେ ମନକୁ ଟିକିଏ ଫୂର୍ତ୍ତୀ ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ବା ଆମ୍ବରସ ଟିକିଏ ପିଇ ଦେଇ ବେଶ୍ ଆଶ୍ବସ୍ଥ ଅନୁଭବ କରୁଛନ୍ତି ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ଏହାସହ ତାପମାତ୍ରାର ଅହେତୁକ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୁନଶାନ୍ ହୋଇଯାଉଛି ।
ଇଟିଭି ଭାରତ, କଳାହାଣ୍ଡି