ଓଡିଶା

odisha

ଭୋଜିଖାଇ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

By

Published : Mar 18, 2023, 8:15 PM IST

ETV Bharat / videos

ଆଦର୍ଶ ବିଦ୍ୟାଳୟରେ ଭୋଜିଖାଇ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗୀର:ଭୋଜିଖାଇ ୧୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ  । ବଲାଙ୍ଗୀର ପଥର ଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଭୋଜି ଖାଇ ଅସୁସ୍ଥ ହୋଇପଡ଼ଛନ୍ତି  । ଗତ ଶୁକ୍ରବାର ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧ୍ବନା ଆୟୋଜିତ ହୋଇଥିଲା  । ଏହି ଅବସରରେ ଭୋଜିର ଆୟୋଜନ ହୋଇଥିଲା  । ବିଳମ୍ବିତ ରାତିରେ ଛାତ୍ରଛାତ୍ରୀମାନେ ଖାଇଥିଲେ । ତେବେ ସକାଳୁ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଝାଡାବାନ୍ତି ହୋଇଥିଲା । ସେପଟେ ଡାକ୍ତରୀ ଟିମ ସ୍କୁଲକୁ ଯାଇ ସେମାନଙ୍କର ଚିକିତ୍ସା କରିଥିଲେ । ସେହିପରି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସ୍କୁଲକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବାର ଜଣା ପଡ଼ିଛି । ସେପଟେ ଏହି ଖବର ପାଇ ସ୍କୁଲରେ ଅଭିଭାବକଙ୍କର ଭିଡ ଜମିଥିଲା । ଖାଦ୍ୟ ନିରୀକ୍ଷକ ସ୍କୁଲକୁ ଯାଇ ତଦନ୍ତ କରୁଛନ୍ତି । ସେପଟେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ସହ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଦିଆ ଯାଇଛି । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବାର ଜଣାପଡ଼ିଛି । ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details