ଓଡିଶା

odisha

Bus carrying passengers from Balasore crash

By

Published : Aug 20, 2023, 12:51 PM IST

ETV Bharat / videos

ପୁରୀ ଆସୁଥିବା ସମୟରେ ଦୁଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, 10 ଆହତ

ବାଲେଶ୍ବର:ବାଲେଶ୍ବରରେ ସଡକ ଦୁର୍ଘଟଣା । ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ । 10 ଜଣ ଆହତ ହୋଇଥିବା ସୂଚନା ମିଳିଛି । ବାଲେଶ୍ବର 60 ନଂ ଜାତୀୟ ରାଜପଥ ଭେଲୋରା ନିକଟରେଏହି ଦୁର୍ଘଟଣା ହୋଇଛି । ଆହତ ମାନଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଜ୍ୟୋତି ଟ୍ରାଭେଲର୍ସ ନାମକ ବସ 25 ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିଲା । 60 ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଗାଡ଼ିର ବେଗ କମାଇ ଦେଇଥିଲେ ଗାଡି ଚାଳକ । ଏହି ସମୟରେ ପଛପଟୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ ଜ୍ୟୋତି ଟ୍ରାଭେଲର୍ସକୁ ପଛପଟକୁ ଧକ୍କା ଦେଇଥିଲା । ଫଳରେ 10 ଜଣ ସାମାନ୍ୟ ଆହତ ହୋଇଥିଲେ । ସାୟନ ସାୟନ୍ତିକା ବସରେ 40 ଜଣ ଯାତ୍ରୀ ଥିଲେ । ଏହି ବସଟି ପଶ୍ଚିମବଙ୍ଗର 24 ପ୍ରଗଣାରୁ ପୁରୀ ଯାଉଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଥାନାକୁ ନେଇ ପଚାରା ଉଚରା ଜାରି ରଖିଛି । ଗାଡିର ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି କଣ୍ଡକ୍ଟର ।

ଏହା ମଧ୍ୟ ପଢନ୍ତୁ-ଅଜଣା ଗାଡି ଧକ୍କାରେ ରାୟଗଡାରେ ବାଲେଶ୍ବରଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଗାଁଲୋକେ

ଇଟିଭି ଭାରତ, ବଲେଶ୍ବର

ABOUT THE AUTHOR

...view details