ଓଡିଶା

odisha

By

Published : Oct 7, 2022, 7:45 AM IST

Updated : Feb 3, 2023, 8:29 PM IST

ETV Bharat / videos

ଲଗାଣ ବର୍ଷାରେ ଜନବସତି ମୁହାଁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ଗତ ତିନି ଦିନର ଲଗାଣ ବର୍ଷାରେ ଜନବସତି ମୁହାଁ ହୋଇଥିବା ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲପ୍ ଲାଇନ । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁର ଅଞ୍ଚଳରୁ ଏଭଳି ଏକ ଅଜଗର ସାପକୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତା । ମଦନମୋହନପୁର ସାହି ମଧ୍ୟରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ଜନସାଧାରଣ ଠାରୁ ଖବର ପାଇ ହେଲ୍ପ ଲାଇନ ସଦସ୍ୟ ସ୍ବାଧିନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ କୌଶଳ କ୍ରମେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ପରେ ସାପଟିକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details