ଓଡିଶା

odisha

snake hanging on the fan

ETV Bharat / videos

ତଳେ ବୁଲୁଛି ଫ୍ୟାନ, ଉପରେ ଝୁଲୁଛି ସାପ - ବର୍ଷା ଦିନରେ ଭୟ ବଢାଇଲାଣି ସାପ

By

Published : Jul 20, 2023, 8:01 AM IST

ପୁରୀ: ବର୍ଷା ଦିନରେ ଭୟ ବଢାଇଲାଣି ସାପ । ଘରେ ହେଉକି ବାହାରେ ଏବେ ସାପ ଭୟ ଚାରି ଆଡେ । ଘରେ ଲାଗିଥିବା ଫ୍ୟାନ ଉପରେ ଝୁଲୁଥିଲା ସାପ । ଯାହାକୁ ଦେଖି ଡରିଗଲେ ଘରର ମାଲିକ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ଜୟପୁର ଗ୍ରାମର ଏସ. କେ କର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଡ୍ରଇଂ ରୁମରେ ଫ୍ୟାନ ସୁଇଚ ଅନ କରିବା ମାତ୍ରେ ଛାତ ତଳେ ଯାଇଥିବା ବିଜୁଳି ତାର କେଶିଂ ଉପରେ ଏକ ବିରାଟ ସାପ ଦେଖିବାକୁ ପାଇଥିଲେ ଘରର ମାଲିକ । ଏନେଇ ପରିବାର ସଦସ୍ୟ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ପହଞ୍ଚିଥିଲେ । ଏହି ସମୟରେ ଫନ୍ୟାନଟି ବୁଲୁଥିବା ବେଳେ ସାପଟି ଛାତ ତଳେ ଯାଇଥିବା କାରରେ ଗୁଡେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ । ପଙ୍ଖା ସୁଇଚ ବନ୍ଦ କରି ସ୍ନେକ ହୁକ ସାହାଯ୍ୟରେ ସାପକୁ ତଳକୁ ଖସାଇଥିଲେ । ସାପଟି ଢମଣା ପ୍ରଜାତିର ହୋଇଥିବା ବେଳେ ଲମ୍ବ 7 ଫୁଟ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିହାର କହିଛନ୍ତି ଯେ, ଘଟଣାସ୍ଥଳରେ ମୁଁ ପହଞ୍ଚିବା ବେଳକୁ ପଙ୍ଖା ବୁଲୁଥିଲା । ସାପ ମଧ୍ୟ ସେମିତି ଝୁଲୁଥିଲା । ଯଦି ଅକସ୍ମାତ ସାପ ଖସି ପଡି ଥାଆନ୍ତା, ତାହାଲେ ପଙ୍ଖାର ବ୍ଲେଡରେ କଟିଯାଇଥାନ୍ତା । ସାପକୁ ଗାଁରୁ ଦୂରରେ ଏକ ଜନ ଶୂନ୍ୟ ପ୍ରାକୃତିକ ଆବାସ ସ୍ଥଳୀରେ ରାତିରେ ଛାଡ଼ି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ମୋର 20 ବର୍ଷ କ୍ୟାରିଅର ଭିତରେ ଏମିତି ଦୃଶ୍ୟ ଦେଖିନଥିଲି । ଢମଣା ସାପ ଭଲ ଭାବରେ ଗଛ ଚଢ଼ି ପାରନ୍ତି । ସମ୍ଭବତଃ ମୂଷା ଖାଇବା ପାଇଁ ସାପ ସ୍କାଇ ଲାଇଟ ଦେଇ ଚଢିଯାଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details