ଓଡିଶା

odisha

Florence Nightingale Award: ସେବତୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

By

Published : Jun 22, 2023, 9:23 PM IST

ସେବତୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନବରଙ୍ଗପୁର: ସେବାକୁ ଓ କର୍ତ୍ତବ୍ୟକୁ ମିଳିଛି ଉଚିତ ସମ୍ମାନ। ଢେଙ୍କାନାଳ ଜିଲ୍ଲାରୁ ଆସି ଉପାନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ ଭାବରେ କାର୍ଯ୍ୟ କରୁଥିବା ସେବତୀ ସାହୁଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ସମ୍ମାନ। ଉପାନ୍ତ ଜିଲ୍ଲାରେ ରୋଗୀ ସେବା କରିବା ସହ ବିଭିନ୍ନ କ୍ଷେତ୍ରରେ ଯୁଗାନ୍ତକାରୀ କାର୍ଯ୍ୟକ୍ରମ କରୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟ କରିବା ସହ ମହାମାରୀ କରୋନା ସମୟରେ ମଧ୍ୟ କରିଥିଲେ ରୋଗୀ ସେବା। ଆଉ ଏହି ସେବା ପାଇଁ ପୂର୍ବରୁ ତାଙ୍କୁ ଜିଲ୍ଲା ସ୍ତରରେ ସମ୍ମାନିତ କରାଯାଇଥିଲା।  

ବର୍ତ୍ତମାନ ନର୍ସିଂର ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଚାଇଁପୁର ଗାଁରୁ ଆସି ନବରଙ୍ଗପୁର ଜିଲ୍ଲାରେ କାମ କରିଚାଲିଛନ୍ତି ସେବତୀ। ସରକାରୀ ଚାକିରୀ କରିବା ପୂର୍ବରୁ ନର୍ସିଂ ହୋମ ଏନଜିଓ ମାନଙ୍କରେ ୮ ବର୍ଷ କାମ କରିଛନ୍ତି। ଏନଜିଓରେ କାର୍ଯ୍ୟରତ ଥିବା ସମୟରେ ଗାଁ ଗଣ୍ଡା ପାହାଡ ପର୍ବତ ଅଞ୍ଚଳ ବୁଲି କାମ କରିବାରେ ମଧ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ କାମ କରି ବର୍ତ୍ତମାନ ଆଇସିୟୁ ଇନଚାର୍ଜ ଭାବରେ ସେ କାର୍ଯ୍ୟ କରୁଛନ୍ତି।

ସେ କୌଣସି କାର୍ଯ୍ୟକୁ ମନା କରନ୍ତି ନାହିଁ କି କୌଣସି କାର୍ଯ୍ୟକୁ ଡର ନଥିବା କହିଛନ୍ତି ସେବତୀ। ତେବେ ଅସମ୍ଭବ ବୋଲି କୌଣସି ଶଦ୍ଦ ତାଙ୍କ ପାଖରେ ନଥିବା ମଧ୍ୟ କହିଛନ୍ତି। ନିଜ ସହକର୍ମୀମାନଙ୍କୁ ମଧ୍ୟ କାମ କରିବା ପାଇଁ ସେ ସବୁବେଳେ ପ୍ରେରଣା ଦେଇଥାନ୍ତି । ଡାକ୍ତରଖାନାରେ କମ୍ କର୍ମଚାରୀ ଥିଲେ ମଧ୍ୟ ଠିକ ଭାବେ କାମ କରି ଦକ୍ଷତା ଦେଖାଇଛନ୍ତି। ୨୨ ତାରିଖ ଦିନ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ସେବତୀ । ଯେଉଁଥିରେ ନର୍ସିଂର ସର୍ବଶ୍ରେଷ୍ଠ ସମ୍ମାନ କୁହାଯାଉଥିବା 'ନାସନାଲ ଫୋଲରେନ୍ସ ନାଇଟଏଙ୍ଗଲ ଆୱାର୍ଡ- ୨୦୨୨' ରେ ସେ ସମ୍ମାନୀତ ହୋଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details