ଓଡିଶା

odisha

ଅନୁଗୋଳରେ ରକ୍ତଦାନ ଶିବିର କାର୍ଯ୍ୟାକ୍ରମ

By ETV Bharat Odisha Team

Published : Sep 26, 2023, 6:43 AM IST

ETV Bharat / videos

ବିଜେପି ପାଳୁଛି ସେବା ସପ୍ତାହ, ମହତ କାର୍ଯ୍ୟରେ ଯୋଗ ମନୋନିବେଶ କରୁଛନ୍ତି କର୍ମୀ

ଅନୁଗୋଳ: ବିଜେପି ପକ୍ଷରୁ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ସେବା ଓ ସମର୍ପଣ ସପ୍ତାହ। ଯାହାକୁ ନଜରରେ ରଖି ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗ ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଦୋଇଥିଲା ରକ୍ତଦାନ ଶିବିର । ତେବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସମସ୍ତ କର୍ମକର୍ତ୍ତାଙ୍କୁ ଲୋକଙ୍କ ପାଇଁ ସେବା ଓ ସମର୍ପିତ ଭାବନା ରଖି କାର୍ଯ୍ୟ କରିବାକୁ ପାରମର୍ଶ ଦେଇଥିଲେ ଧର୍ମେନ୍ଦ୍ର । ଅନୁଗୋଳ ଜିଲ୍ଲା ବିଜେପି କର୍ମକର୍ତ୍ତାମାନେ ଏହି ଶିବିରରେ ଯୋଗ ଦେଇ ସ୍ୱଛା କୃତ ଭାବେ ରକ୍ତଦାନ କରିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ....ବିଜେପି ପାଳୁଛି ସେବା ସପ୍ତାହ: କେନ୍ଦୁଝର ଜିଲ୍ଲା ବିଜେପିର ରକ୍ତଦାନ ଶିବିର

ସେହିପରି ଆଜି ପଣ୍ଡିତ ଦିନ ଦାୟଲ ଉପାଧ୍ୟୟଙ୍କ ଜନ୍ମଦିନ ଥିବାରୁ ଏହାକୁ ମଧ୍ୟ ଦଳ ପାଳନ କରିଛି ଜିଲ୍ଲା ବିଜେପି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଧର୍ମେନ୍ଦ୍ର ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୁତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଡିଲେଶ୍ଵର ପ୍ରଧାନ, ରାଜ୍ୟ କଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ପୂର୍ବତନ ରାଜ୍ୟ ସଂପାଦକ କାଲନ୍ଦୀ ସମାଲ, ଅଶୋକ ମହାନ୍ତି, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ଅନ୍ୟ ନେତାମାନେ ସାମିଲ ଥିଲେ । ତେବେ ଧର୍ମେନ୍ଦ୍ର ଏହି ଗସ୍ତ ସମୟରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ  ମା’ ହିଙ୍ଗୁଳାଙ୍କ ଦର୍ଶନ ମଧ୍ୟ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details