ଓଡିଶା

odisha

ତାଲା ଭାଙ୍ଗି ହଜାର ହଜାର ଟଙ୍କା ଲୁଟ୍‌

ETV Bharat / videos

ଗୋଟିଏ ଦିନରେ 3 ବିଦ୍ୟାଳୟରୁ ସିରିଜ୍ ଚୋରି, ତାଲା ଭାଙ୍ଗି ହଜାର ହଜାର ଟଙ୍କା ଲୁଟ୍‌ - ପୁରୁଷୋତ୍ତମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

By

Published : Apr 29, 2023, 4:03 PM IST

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଡକାୟତି । କେତେବେଳେ ଗହଣା ଦୋକାନ ଲୁଟ ହେଲାଣି ତ ପୁଣି କେତେବେଳେ ବ୍ୟାଙ୍କ ଲୁଟ କରି ନେଲେଣି । ଗତ କିଛିଦିନ ହେବ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଠିକ ସେହିପରି ତିନୋଟି ସ୍କୁଲରୁ ଗୋଟିଏ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ । ସୂଚନା ଅନୁସାରେ, ସୋର ଥାନା ଅଧୀନରେ ଥିବା କମରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚାବି ଭାଙ୍ଗି ଚାଳିଶ ହଜାର ଟଙ୍କା ଲୁଟ ହୋଇଥିବା ବେଳେ ପୁରୁଷୋତ୍ତମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦହିପୁରରୁ ଚାବି ଭାଙ୍ଗି ପଚାଶ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହାସହ ଡ୍ରାଇଭର ମହାସଂଘ ଅଫିସରେ ଥିବା ପଚାଶ ହଜାର ଟଙ୍କା ସହିତ ସିସି ଟିଭି କ୍ୟାମେରା ର ହାଡଡିସ୍କ ମଧ୍ୟ ଲୁଟି କରି ନେଇଛନ୍ତି ଦୁର୍ବୁତ୍ତ ମାନେ । ସମସ୍ତେ ସୋର ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ସୋର ପୋଲିସର ତଦନ୍ତ ଆରମ୍ଭ କରିଛି। 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details