ଓଡିଶା

odisha

Watch: ପାକ୍‌ ମହିଳା ସୀମା ହୈଦର ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

By

Published : Aug 14, 2023, 4:42 PM IST

seema haider

ନୂଆଦିଲ୍ଲୀ:ପାକିସ୍ତାନରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ପାକ୍‌ ମହିଳା ସୀମା ହୈଦର ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି  । ଗ୍ରେଟର ନୋଏଡା ଅଧିବାସୀ ସଚିନଙ୍କ ପ୍ରେମରେ ପଡି ସୀମା ଅନ୍ତର୍ଜାତୀୟ ବର୍ଡର ଡେଇଁ ହିନ୍ଦୁସ୍ତାନରେ ପହଞ୍ଚିଛନ୍ତି । ତେବେ ସେ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇଛନ୍ତି  । ରବିବାର ସୀମା ନିଜ ପରିବାର ସହିତ ହର ଘର ତ୍ରିରଙ୍ଗା କ୍ୟାମ୍ପେନରେ ସାମିଲ ହୋଇଛନ୍ତି । ସଚିନଙ୍କ ଆଇନଜୀବୀ ଏପି ସିଂ ଗ୍ରେଟର ନୋଏଡାରେ ପହଞ୍ଚି ପତାକା ଉଡାଇବା ସମୟରେ ସେଠାରେ ସୀମା ଉପସ୍ଥିତ ଥିଲେ  । ସୀମା ବନ୍ଦେ ମାତରମ ସହ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଛି  । ସୀମା ଏବେ ହିନ୍ଦୁସ୍ତାନୀ ମହିଳା ହୋଇଥିବାରୁ ସେ ଏହି ଅଭିଯାନରେ ସାମିଲ ହୋଇଥିବା କହିଛନ୍ତି ତାଙ୍କ ଆଇନଜୀବୀ ଏପି ସିଂ  ।  

ଏଠାରେ ପଢନ୍ତୁ ସମ୍ପୂର୍ଣ୍ଣ ଖବର:- ହର ଘର ତ୍ରିରଙ୍ଗା ଅଭିଯାନରେ ସୀମା ହାଇଦର, ଦେଲେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

ABOUT THE AUTHOR

...view details