ଓଡିଶା

odisha

By

Published : Dec 25, 2022, 9:29 AM IST

Updated : Feb 3, 2023, 8:36 PM IST

ETV Bharat / videos

ଚଉଷଠି ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ନିଆଳି: ଷୋଡ଼ଶ ଚଉଷଠି ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳ ସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ମହାମାୟା ଚଉଷଠି ଯୋଗିନୀରେ ଷୋଡ଼ଶ ଚଉଷଠି ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ଚଉଷଠି ଯୋଗିନୀ ନାଟ୍ୟ ସମ୍ମାନ ବିପ୍ଲବ ଶତପଥିଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶୀ ସଙ୍ଗୀତ କୃଷ୍ଣ ପ୍ରେମ ରସ ଉପରେ ଆଧାରିତ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ବିଚିତ୍ରା ବର୍ଣ୍ଣାଳୀ ନାଟ୍ୟ ସଂଘ ପକ୍ଷରୁ ତାଳବାଦ୍ୟ ବିଚିତ୍ରା ପରିଭେଷଣ କରାଯାଇଥିଲା । ୧୨ଟି ଲୋକ ବାଦ୍ୟକୁ ନେଇ ପ୍ରସ୍ତୁତି ଶବ୍ଦ ପ୍ରସ୍ତୁତ ବେଶ ରମଣୀୟ ଥିଲା । ଯାହା ବିଳମ୍ବିତ ସମୟ ଯାଏ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଇଟିଭି ଭାରତ, ନିଆଳି
Last Updated : Feb 3, 2023, 8:36 PM IST

ABOUT THE AUTHOR

...view details