ଫୋନରେ କଥା ହୋଇ ରାସ୍ତା ପାର୍ କରୁଥିଲେ ସାବଧାନ ! ଦେଖନ୍ତୁ ଏ ଦୃଶ୍ୟକୁ - Scorpio accident in Bihar video goes viral
🎬 Watch Now: Feature Video
ପାଟନା : ଫୋନରେ କଥା ହେଉଥିବା ବେଳେ ଧକ୍କା ଦେଲା ସର୍କିପିଓ । ଆଉ ଘୋଷାଡ଼ି ନେଲା 15 ଫୁଟ୍ ଦୂରକୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରସ୍ଥିତ ବଗହା ବଜାରରେ। ଏହି ଘଟଣାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ବଗହା ଅଞ୍ଚଳର ଚଖନି ଗାଁର ଭାଗବତ । ଭାଗବତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସୂଚନାନୁସାରେ ଭାଗବତ ଏକ କପଡ଼ା ସୋ ରୁମରେ କାମ କରନ୍ତି । ଆଜି କାମ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଭିଡିଓରୁ ଜଣାପଡ଼ିଛି ଯେ ଭାଗବତ ରାସ୍ତା ପାର୍ ହେଉଥିବା ବେଳେ ଫୋନରେ କଥା ହେଉଥିଲେ । ଆଉ ଫୋନରେ କଥା ହେଇ ଯାଉଥିବା ବେଳେ ସାମ୍ନାକୁ ଆସିଯାଇଥିଲା ଏକ ସର୍କିପିଓ । ତେବେ ସର୍କିପିଓ ଆଗରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ତାଙ୍କୁ ଧକ୍କା ଦେଇ 15 ଫୁଟ ଦୂର ଯାଏଁ ଘୋଷାଡ଼ି ନେଇଥିଲା। ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ
Last Updated : Feb 3, 2023, 8:38 PM IST