ଓଡିଶା

odisha

SCBକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ETV Bharat / videos

Annual function of SCB Medical: ‘ଡାକ୍ତରୀ ଏକ ବୃତ୍ତି ନୁହେଁ ବ୍ରତ, SCB ଗରିବ ଲୋକଙ୍କ ବଡ ଆଶା ଭରସା’ - president droupadi murmu in cuttack

By

Published : Jul 26, 2023, 5:03 PM IST

କଟକ:  ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବ-2023ରେ ଯୋଗଦାନ କରି ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ରହିଥିଲେ।  ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, "ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି ଏସସିବି ମେଡିକାଲ। ଉନ୍ନତମାନର ଚିକିତ୍ସା ସେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଏଠାକୁ ଆସୁଛନ୍ତି। ଏଠାରେ ଚିକିତ୍ସାରତ ଡାକ୍ତର ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି।" 

ଏହା ବି ପଢନ୍ତୁ..President Cuttack Visit: ପିଲାଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଚଣ୍ଡିଛକରେ ବାଣ୍ଟିଲେ ଚକୋଲେଟ

ଏହାସହ ସେ କହିଛନ୍ତି, "ଦେଶବାସୀଙ୍କୁ ଟିକା ଦେବା ସହିତ 100ରୁ ଉର୍ଦ୍ଧ୍ବ ଦେଶକୁ ଭାରତ ଟିକା ପଠାଇଛି। ମହାମାରୀର ସଫଳ ମୁକାବିଲା ପାଇଁ ଭାରତ ସରକାରଙ୍କ ନିଷ୍ଠା ପ୍ରଶଂସନୀୟ। ମହାମାରୀକୁ ସାମନା କରିବାରେ ଚିକିତ୍ସିକଙ୍କର ଅଗ୍ରଣୀ ଭୂମିକା ରହିଛି। ସେହିପରି ପାରା ମେଡିକାଲ ଷ୍ଟାଫଙ୍କ ଭୂମିକା ମଧ୍ୟ ଊଣା ନୁହେଁ। ଯେତେ ପ୍ରଂଶସା କଲେ ବି ତାହା ଯଥେଷ୍ଟ ହେବନି। ଭାରତ ଆଜି ବିଶ୍ବର ପଞ୍ଚମ ବୃହତ ଅର୍ଥନୀତିରେ ଉଭା ହୋଇଛି। ବର୍ତ୍ତମାନ ବିଶ୍ବବାସୀଙ୍କ ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳି ଯାଇଛି। ମୁଁ ଆଶା କରୁଛି, ପୂର୍ବ ଅପେକ୍ଷା ବର୍ତ୍ତମାନ ନିଜ ଉପରେ ଛାତ୍ରଛାତ୍ରୀମାନଙ୍କ ଥିବା ଆସ୍ଥା ନିଶ୍ଚୟ ବଢିଛି। ଡାକ୍ତିରୀ ଏକ ବୃତ୍ତି ନୁହେଁ ବ୍ରତ।" ଏହାସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ରାଷ୍ଟ୍ରପତି। 

ଇଟିଭି ଭାରତ, କଟକ

ABOUT THE AUTHOR

...view details