ଓଡିଶା

odisha

sawan somwar 2023

ETV Bharat / videos

Watch: ଶ୍ରାବଣ ତୃତୀୟ ସୋମବାର, ଦର୍ଶନ କରନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆଳତୀ - ଶ୍ରାବଣ ତୃତୀୟ ସୋମବାର

By

Published : Jul 24, 2023, 12:16 PM IST

ଭୋପାଳ:ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ନୀତିନିୟମ ଅନୁସାରେ ଜଳାଭିଷେକ ପରେ ପଞ୍ଚାମୃତରେ ବାବା ମହାକାଳେଶ୍ବରଙ୍କ ଅଭିଷେକ କରାଯାଇଛି । ଭୋର ୨.୩୦ରୁ କବାଟ ମନ୍ଦିରର କବାଟ ଫିଟାଯିବା ପରେ ବାବା ମହାକାଳେଶ୍ବରଙ୍କ ଭସ୍ମ ଆଳତୀ କରାଯାଇଛି । ଏ ଦୃଶ୍ୟ ଅତ୍ୟନ୍ତ ମନୋରମ । ପୁରୋହିତମାନେ ମନ୍ତ୍ରଧ୍ବନି ଉଚ୍ଚାରଣ କରି ମହାଦେବଙ୍କ ଆଳତୀ କରିଛନ୍ତି । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ମହାକାଳଙ୍କ ଦର୍ଶନ କରିଥିଲେ ।    

12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଅନ୍ୟତମ । ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଭୋଳାବାବାଙ୍କ ଭସ୍ମ ଆଳତୀ କରାଯାଇଛି । ଏହି ପବିତ୍ର ମାସରେ ମହାକାଳେଶ୍ବରଙ୍କ ଆରାଧନା କଲେ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ଆଜି ଶ୍ରାବଣ ସୋମବାର ଥିବା ଦେଶର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବାକୁ ବିଭିନ୍ନ ଜଳାଶୟରୁ ପାଣି ଭୋଳାବାବାଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କଲେ ମନୋବାଞ୍ଛା ପୂରଣ କରନ୍ତି ଶିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details