ଓଡିଶା

odisha

sawan somwar 2023

ETV Bharat / videos

Watch: ଶ୍ରାବଣ ଦ୍ବିତୀୟ ସୋମବାର, ଦର୍ଶନ କରନ୍ତୁ ମହାକାଳଙ୍କ ଭସ୍ମ ଆଳତୀ - ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର

By

Published : Jul 17, 2023, 9:26 AM IST

Updated : Jul 17, 2023, 9:41 AM IST

ଭୋପାଳ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଅନ୍ୟତମ । ଶ୍ରାବଣ ମାସର ଦ୍ବିତୀୟ ସୋମବାର ଅବସରରେ ଭୋଳାବାବାଙ୍କ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଛି । ଏହି ପବିତ୍ର ମାସରେ ମହାକାଳେଶ୍ବରଙ୍କ ଆରାଧନା କଲେ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ନୀତିନିୟମ ଅନୁସାରେ ଆଜି ସକାଳୁ ମନ୍ଦିରର କବାଟ ଖୋଲିବା ପରେ ବାବା ମହାକାଳେଶ୍ବରଙ୍କ ଅଭିଷେକ କରାଯାଇଥିଲା । ପୂଜାରୀମାନେ ମହାକାଳଙ୍କ କୋଟି ତୀର୍ଥ କୁଣ୍ଡ ଉପରେ ଜଳାଭିଷେକ କରିଥିଲେ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ମହାକାଳଙ୍କ ଦର୍ଶନ କରିଥିଲେ । 

ଆଜି ଶ୍ରାବଣ ସୋମବାର ଥିବା ଦେଶର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କୁ ଜଳଲାଗି କରିବାକୁ ବିଭିନ୍ନ ଜଳାଶୟରୁ ପାଣି ଭୋଳାବାବାଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କଲେ ମନୋବାଞ୍ଛା ପୂରଣ କରନ୍ତି ଶିବ । 

ଏହା ମଧ୍ୟ ପଢନ୍ତୁ:ଶ୍ରାବଣ ସୋମବାର: ଧବଳେଶ୍ବରଙ୍କ ପୀଠରେ ଜଳଲାଗି କଲେ ହଜାର ହଜାର କାଉଡ଼ିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2023, 9:41 AM IST

ABOUT THE AUTHOR

...view details