ଓଡିଶା

odisha

ଓଡ଼ିଆ ଘରେ ଧୁମଧାମରେ ପାଳନ ହେଉଛି ସାବିତ୍ରୀ ବ୍ରତ

ETV Bharat / videos

ସଧବାଙ୍କ ସାବିତ୍ରୀ ବ୍ରତ, ସ୍ବାମୀଙ୍କ ମଙ୍ଗଳ ମନାସି ମନ୍ଦିରରେ ସ୍ତ୍ରୀଙ୍କ ପୂଜାର୍ଚ୍ଚନା - ସ୍ୱାମୀଙ୍କ ପାଇଁ ବ୍ରତ ପରମ୍ପରା

By

Published : May 19, 2023, 1:54 PM IST

ନିଆଳି:ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ଅର୍ଥାତ ଆଜିର ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଆଜି ଓଡ଼ିଆ ଘରେ ଧୁମଧାମରେ ପାଳନ ହେଉଛି ସାବିତ୍ରୀ ବ୍ରତ । ସଧବା ନାରୀମାନେ ନିଜ ସ୍ବାମୀଙ୍କ ମଙ୍ଗଳ ମନାସି ପାଳନ ଏହି ବ୍ରତ ପାଳନ କରୁଛନ୍ତି । ଏହି ପବିତ୍ର ଦିନରେ ପ୍ରତ୍ୟେକ ହିନ୍ଦୁ ଘରେ ସଧବା ନାରୀମାନେ ନିଜର ସ୍ବାମୀ ମାନଙ୍କ ଉଦ୍ଦେଶ୍ୟରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ନୂଆ ବସ୍ତ୍ର, ବିଭିନ୍ନ ପ୍ରକାର ଫଳ ଏବଂ ଧୂପ, ଦୀପ ନେଇ ମନ୍ଦିରରେ ଦେବୀ ସାବିତ୍ରୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା ପରେ ନୂତନ ବସ୍ତ୍ର  ପରିଧାନ କରିଥାନ୍ତି । 

କଟକ ଜିଲ୍ଲା ନିଆଳି ବ୍ଲକର ବଙ୍ଗାଳିସାହି ପ୍ରଭୁ ଶୋଭନେଶ୍ବରଙ୍କ ନିକଟରେ ପୂଜା ପାଉଥିବା ଦେବୀ ସାବିତ୍ରୀଙ୍କ ନିକଟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଏହି ପବିତ୍ର ଦିନରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଓ ଶୁଭ ମନାସୀ ନିଜ ଶଙ୍ଖା ସିନ୍ଦୁରକୁ ଅତୁଟ ରଖି ସୌଭାଗ୍ୟବତୀ ହେବା ନିମନ୍ତେ ପ୍ରାର୍ଥନା କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ନିଜର ଶୁଦ୍ଧ ଚେତନା ବଳରେ ସ୍ବାମୀଙ୍କୁ ଯମ ନିକଟରୁ ଫେରାଇ ଆଣିବାରେ ସମର୍ଥ ଦେବୀ ସାବିତ୍ରୀ ହେଉଛନ୍ତି ପ୍ରତ୍ୟେକ ନାରୀଙ୍କ ପାଇଁ ଆଦର୍ଶ । ହିନ୍ଦୁ ରୀତିନୀତି ଅନୁଯାୟୀ, ଏହା ଏକ ସଂକଳ୍ପ ଏକ ପ୍ରତିଜ୍ଞା ଏକ ପ୍ରେମ ଅନ୍ବେଷଣର ପର୍ବ ଭାବେ ପାଳନ ହୋଇଆସୁଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details