ଓଡିଶା

odisha

satakosia mahotsav

ETV Bharat / videos

ଉଦଯାପିତ ହେଲା ତିନିଦିନିଆ ସାତକୋଶିଆ ମହୋତ୍ସବ, ମୋହିଲା ଦର୍ଶକଙ୍କ ମନ - ସାତକୋଶିଆ ମହୋତ୍ସବ ୨୦୨୩

By ETV Bharat Odisha Team

Published : Dec 19, 2023, 8:44 AM IST

ଅନୁଗୋଳ: ଅନୁଗୋଳ ସଭାଘର ନିକଟରେ ଚାଲିଥିବା ତିନିଦିନିଆ ସାତକୋଶିଆ ମହୋତ୍ସବ ୨୦୨୩ ଉଦଯାପିତ ହୋଇଛି । ଶାସ୍ତ୍ରୀୟ ନୃତ୍ୟର ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଅନୁଗୋଳ ସଭାଘର ନୃତ୍ୟ ମଣ୍ଡପ । ବିଶିଷ୍ଟ କୁଚୁପୁଡି ନୃତ୍ୟଙ୍ଗନା ଏନ. ଶୈଳଜାଙ୍କ ନୃତ୍ୟ ସହ ଓଡିଶୀ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କ ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକ । ତେବେ ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୂଳା ଠାକୁର ପ୍ରଧାନ । ତେବେ ନୃତ୍ୟ ସଙ୍ଗୀତରେ ରୁଚି ରଖିଥିବା ପ୍ରତ୍ୟେକ ଶିଶୁ ଓ ଯୁବ ପ୍ରତିଭାମାନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ସେମାନେ ଦକ୍ଷ କଳାକାର ହୋଇ ଦେଶର ଟେକ ରଖିବେ ବୋଲି ମୁଖ୍ୟ ଅତିଥି ନିଜର ମନ୍ତବ୍ୟ ରଖିଥିଲେ । ଏଥିସହ ସମାରୋହରେ ଚେନ୍ନାଇର ବିଶିଷ୍ଟ କୁଚିପୁଡ଼ି ନୃତ୍ୟାଙ୍ଗନା ଏନ୍.ଶୈଳଜାଙ୍କୁ ସାତକୋଶିଆ ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ସସ୍ମିତା ପଣ୍ଡାଙ୍କୁ ସାତକୋଶିଆ ଯୁବା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହରେ ଏନ୍ ଶୈଳଜାଙ୍କ କୁଚିପୁଡ଼ି, ସସ୍ମିତା ପଣ୍ଡାଙ୍କ ଓଡ଼ିଶୀ, ଭୁବନେଶ୍ୱର ଲଳିତ କଳାପୀଠ ପକ୍ଷରୁ ଦଳଗତ ଓଡ଼ିଶୀ ଏବଂ ନୃତ୍ୟ ନିଳୟ ପକ୍ଷରୁ ଓଡ଼ିଶୀ ବାଲେ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶୀତୁଆ ସନ୍ଧ୍ୟାରେ ଶତାଧିକ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଚଇତି ମହୋତ୍ସବରେ ଦୁଲିକିଲା ମୁନିଗୁଡ଼ା

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details