ଓଡିଶା

odisha

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ETV Bharat / videos

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ,ରାଜମିସ୍ତ୍ରୀଙ୍କ ଝିଅ ସର୍ବାଧିକ ନମ୍ବର ରଖି ନିଆଳି ଟପ୍ପର - ନିଆଳି ଟପ୍ପର ସସ୍ମିତା

By

Published : May 18, 2023, 8:11 PM IST

ନିଆଳି: ଦୃଢ ଇଚ୍ଛାଶକ୍ତି ଓ କଠୋର ଅଧ୍ୟବସାୟ ବଳରେ ନିଜ ଲକ୍ଷ୍ଯ ସ୍ଥଳରେ ପହଞ୍ଚିଛନ୍ତି ସସ୍ମିତା ପୁହାଣ ।‌ ଚଳିତ ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲା ନିଆଳି ବ୍ଳକର ସସ୍ମିତା ପୁହାଣ ୯୫.୫ ପ୍ରତିଶତ ନମ୍ବର ରଖି ନିଆଳି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନିଆଳି ବ୍ଳକର କସର୍ଦ୍ଦା ଗାଁ ସୁରେନ୍ଦ୍ର ପୁହାଣଙ୍କ ଝିଅ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ନିଆଳି ବ୍ଳକର ୯ ଜଣଙ୍କ ଗ୍ରେଡ୍‌ ଏ୧ ମଧ୍ୟରୁ ସସ୍ମିତା ପୁହାଣ ସର୍ବାଧିକ ନମ୍ବର ରଖିଛନ୍ତି ।  

ସୂଚନା ମୁତାବକ, ସସ୍ମିତାଙ୍କ ବାପା ସୁରେନ୍ଦ୍ର ରାଜମିସ୍ତ୍ରୀ ହୋଇଥିବା ବେଳେ ‌4 ଝିଅ ମଧ୍ୟରୁ ସସ୍ମିତା ହେଉଛନ୍ତି ଦ୍ଵିତୀୟ ଝିଅ ।‌ ଚଳିତ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ବେଶ୍ ଖୁସି ଆଗ୍ରହ ପ୍ରକାଶ କରିଛନ୍ତି ସସ୍ମିତା । ପରୀକ୍ଷା ପୂର୍ବରୁ ସସ୍ମିତା ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ସେ ଆଗାମୀ ଦିନରେ ଡାକ୍ତରୀ ପାଠପଢ଼ା ପାଇଁ ଆଗ୍ରହ ରଖିଛନ୍ତି ।‌ କିନ୍ତୁ ଡାକ୍ତରୀ ପାଠପଢ଼ା ପାଇଁ ବାଧକ ସାଜିଛି ଅର୍ଥ । ସରକାରୀ ସ୍ତରରେ ସାହାଯ୍ୟ ଯୋଗାଇ ଦେବା ପାଇଁ ସସ୍ମିତାଙ୍କ ବାପା ସୁରେନ୍ଦ୍ର ପୁହାଣ କହିଛନ୍ତି । ତେବେ ଝିଅର ନମ୍ବର ଦେଖି ପରିବାର ଲୋକେ ଖୁସି ହୋଇଥିବା ମ୍ୟାଟ୍ରିକ ସଫଳତା ନେଇ ବିଭିନ୍ନ ସ୍ଥାନରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି ।‌ ସେହିପରି ରାମେଶ୍ଵର ନୋଡାଲ ବିଦ୍ୟାପୀଠ ଛାତ୍ରୀ ପ୍ରିୟଦର୍ଶିନୀ ସାହୁ ୯୨.୬ ପ୍ରତିଶତ ନମ୍ବର ରଖିଛନ୍ତି । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details