ଓଡିଶା

odisha

ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥିଙ୍କ ପୁଅ ସତ୍ୟମ

ETV Bharat / videos

ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥୀଙ୍କ ପୁଅ ସତ୍ୟମ, ବରଯାତ୍ରୀରେ ଆସିଲେ ସାରଥୀ ଭକ୍ତ - ବରଯାତ୍ରୀରେ ଆସିଲେ ସାରଥୀ ଭକ୍ତ

By

Published : Jul 9, 2023, 5:40 PM IST

ଜଗତସିଂହପୁର: ବହୁ ଚର୍ଚ୍ଚିତ ବିବାଦୀୟ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପୁଅ ସତ୍ୟମ ରାଉଳ ଗତକାଲି(ଶନିବାର) ବିବାହ କରିଛନ୍ତି । ବିଳମ୍ବିତ ରାତ୍ରରେ ପାରାଦ୍ୱୀପଠାରେ ତାଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି । ପାରାଦ୍ୱୀପ ଉପକଣ୍ଠ ନୂଆଗଡ଼ ପଞ୍ଚାୟତ ବାଲିଢ଼ିଆ ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କ ସହ ସତ୍ୟମଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା । ସତ୍ୟମ ବରବେଶରେ ସଜ୍ଜିତ ହୋଇ ପରିବାର ସହିତ କନ୍ୟା ଘରକୁ ରୋଷଣୀ କରି ଆସିଥିଲେ । ବରଯାତ୍ରୀ ହିସାବରେ କିଛି ସାରଥୀ ଭକ୍ତ ଆସିଥିବା ଦେଖିବାକୁ ମିଳିଥିଲା । ପୁଅ ସତ୍ୟମର ବିବାହରେ ସାରଥୀ ଆସିବାକୁ ନେଇ ପ୍ରଚାର ହେବାପରେ ବହୁଲୋକ ଭିଡ଼ ଜମାଇଥିଲେ । କିନ୍ତୁ ପୁଅର ବିବାହରେ ଯୋଗ ଦେଇନଥିଲେ ବାବା ସାରଥୀ ବା ସନ୍ତୋଷ ରାଉଳ । 

ସୂଚନାଯୋଗ୍ୟ ଯେ ପାରାଦ୍ୱୀପର ଜଣେ ଯୁବତୀଙ୍କ ସହ ସରାଥି ବାବଙ୍କ ଗୋଲକୋଣ୍ଡାର ଏକ ହୋଟେଲରେ ବସିଥିବାର ଫଟୋ ଭାଇରାଲ ହୋଇଥିଲା । ଫଳରେ ବିବାଦ ଘେରକୁ ଆସି ଯାଇଥିଲେ ବାବା ସାରଥୀ । ଯାହାକୁ ନେଇ କେନ୍ଦ୍ରାପଡାର ବାରିମୂଳ ଆଶ୍ରମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ କେନ୍ଦ୍ରାପଡ଼ା ପୋଲିସ ବିବାଦୀୟ ବାବା ସାରଥୀଙ୍କୁ ଗିରଫ କରିବା ସହିତ ଆଶ୍ରମକୁ ସିଲ୍‌ କରିଦେଇଥିଲା । 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details