ଓଡିଶା

odisha

ଯାଜପୁରର ସମସ୍ତ ବାଲିଘାଟ ଯିବ ଖଣିବିଭାଗ ଅଧୀନକୁ

ETV Bharat / videos

ଖଣି ବିଭାଗ ଅଧୀନକୁ ଯିବ ବାଲିଘାଟ, ଯାଜପୁରରେ ଆରମ୍ଭ ହେଲା ତଦାରଖ ପ୍ରକ୍ରିୟା

By

Published : May 26, 2023, 7:57 PM IST

ଯାଜପୁର: ଯାଜପୁରର ସମସ୍ତ ବାଲିଘାଟ ଯିବ ଖଣିବିଭାଗ ଅଧୀନକୁ । ପ୍ରଥମ ପର୍ଯ୍ୟାୟରେ ଏହାର ପକ୍ରିୟା କୋରେଇ ବ୍ଲକର ବିଭିନ୍ନ ବାଲିଘାଟରୁ ଆରମ୍ଭ ହୋଇଛି । ରାଜସ୍ୱ ଓ ଖଣିବିଭାଗ ମିଳିତ ଭାବେ ବାଲିଘାଟର ତଦାରଖ କରିଛନ୍ତି । ସୂଚନାନୁଯାୟୀ, ବ୍ୟାସନଗର ତହସିଲ ଅଧୀନରେ ଥିବା କୋରେଇ ବ୍ଲକର 8ଟି ବାଲିଘାଟ ରାଜସ୍ୱ ବିଭାଗରୁ ଖଣି ବିଭାଗ ଅଧୀନକୁ ଯିବା ନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି ।  ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବ୍ୟାସନଗର ତହସିଲ ଅଶୋକ କୁମାର ମାଝୀଙ୍କ ନେତୃତ୍ୱରେ ଉଭୟ ଖଣି ଓ ରାଜସ୍ୱ ବିଭାଗ ଅଧିକାରୀମାନେ କୋରେଇ ବ୍ଲକରେ ଥିବା 8ଟି ବାଲିଘାଟରୁ 4ଟି ବାଲି ଘାଟ ଯଥା ଧନତ୍ରୀ, ଗମ୍ଭାରୀଆ, ରଣପାଳ ଓ ଶାଳବା ବାଲିଘାଟକୁ ବୁଲି ସ୍ଥିତି ଦେଖିବା ସହିତ ସୀମା ନିର୍ଦ୍ଧାରଣ କରିଥିବା ସୂଚନା ମିଳିଛି । କୋରେଇ ବ୍ଲକରେ 8ଟି ବାଲିଘାଟ ଲିଜ୍‌ ଦିଆ ଯାଇଥିବା ବେଳେ ଆଉ କିଛି ବାଲିଘାଟକୁ ଲିଜ୍‌ ପାଇଁ ପକ୍ରିୟା ଆରମ୍ଭ ହେଇଛି । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details