ଓଡିଶା

odisha

sudarshan pattnaik send good luck to team india

ETV Bharat / videos

ଆଜି ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର, ବାଲୁକା କଳାରେ ଗୁଡ୍ ଲକ ବାର୍ତ୍ତା

By ETV Bharat Odisha Team

Published : Nov 15, 2023, 8:19 AM IST

ପୁରୀ:କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ବକପ 2023ରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବିଶ୍ବକପରେ ଭାରତ ଦମଦାର ପ୍ରଦର୍ଶନ କରି ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ସେମି ଫାଇନାଲରେ ପ୍ରବେଶ କରିଥିଲା । ସେମି ଫାଇନାଲରେ ବି ଭାରତ ବାଜିମାରି ଫାଇନାଲରେ ପ୍ରବେଶ କରିବ ବୋଲି ଆଶା ରଖିଛନ୍ତି 140 କୋଟି ଭାରତୀୟ । ବିଶ୍ବକପ ସେମି ଫାଇନାଲ ମ୍ୟାଚ ନେଇ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ କ୍ରିକେଟ ଫିଲ୍ଡ ସହ 15 ଫୁଟର ବ୍ୟାଟ କରି ସେମିଫାଇନାଲ ପାଇଁ ଟିମ୍ ଭାରତ ଲେଖି ଶୁଭକାମନା ଜଣାଇଛନ୍ତି ।

ଏହା ବି ପଢନ୍ତୁ: Kohli's 35th Birthday: ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା, ସଫଳତା କାମନା କଲେ ସୁଦର୍ଶନ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details