ବାଲୁକା କଳାରେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଶିଳ୍ପୀ ସୁଦର୍ଶନଙ୍କ ଜନ୍ମଦିନ ଶୁଭେଚ୍ଛା
ପୁରୀ:50ବର୍ଷରେ ପଦାର୍ପଣର କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । 1973 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ସଚିନ ତେନ୍ଦୁଲକର । ମାତ୍ର 16 ବର୍ଷ ବୟସରୁ କ୍ରିକେଟ ଜୀବନ ଆରମ୍ଭ କରିଥିବା ସଚିନଙ୍କ ଆଜି 50ତମ ଜନ୍ମଦିନ ପାଳନ କରୁଛନ୍ତି । କ୍ରିକେଟର ଏହି ମହନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ସହ ଏକ ଲମ୍ବା କ୍ରିକେଟ ବ୍ୟାଟ କରି 'ହାପି ବାର୍ଥ ଡେ' ସଚିନ ଜି ବୋଲି ସମ୍ବୋଧନ କରିଛନ୍ତି ସୁଦର୍ଶନ । ପ୍ରାୟ 6ଫୁଟ ଉଚ୍ଚତା ବିଶିଷ୍ଟ ଏହି ବାଲୁକା କଳାର ଲମ୍ବ ପ୍ରାୟ 10 ଫୁଟ ହେବ । ଏଥିରେ ପ୍ରାୟ 10 ଟନ୍ ବାଲି ବ୍ୟବହୃତ ହୋଇଥିବା ବେଳେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।