5 ହଜାର ଲେମ୍ବୁରେ ଜଗତଜନନୀ ମା' ଦୁର୍ଗା, ଭାରତର ବିଶ୍ବକପ ବିଜୟ କାମନା କଲେ ଶିଳ୍ପୀ ସୁଦର୍ଶନ - ଲେମ୍ବୁରେ ଜଗତଜନନୀ ମା ଦୁର୍ଗା
Published : Oct 17, 2023, 8:34 AM IST
ପୁରୀ:ପାର୍ବଣ ଋତୁ ଚାଲିଛି । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍କୁ ନେଇ ବାଲୁକା କଳା କରୁଥିବା ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ 5 ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି । ଶାରଦୀୟ ଦୁର୍ଗା ପୂଜା ଅବସରରେ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ । 5 ହଜାର ଲେମ୍ବୁରେ ଜଗତଜନନୀ ମା' ଦୂର୍ଗା ଙ୍କ ପ୍ରତିକୃତି ବାଲୁକା ଚିତ୍ରକଳାରେ ନିର୍ମାଣ କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଏହା ସହିତ ଚଳିତ 2023 କ୍ରିକେଟ ବିଶ୍ୱକପ ଭାରତ ବିଜୟ ହାସଲ ପାଇଁ ସୁଦର୍ଶନ ପଟ୍ଟନାୟକ ମା' ଦୁର୍ଗାଙ୍କୁ ପ୍ରାର୍ଥନାରେ ଜଣାଇଛନ୍ତି । ଭାରତ କ୍ୟାପଟେନ ରୋହିତ ଶର୍ମା ଦେବୀ ଦୁର୍ଗାଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରୁଥିବା ଏକ ପ୍ରତିକୃତି ବାଲୁକା ଚିତ୍ରକଳାରେ ନିର୍ମାଣ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ସୁଦର୍ଶନ କର୍ଣ୍ଣାଟକ ଗସ୍ତରେ ଥିବାରେ ବିଜାପୁରରେ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି ।
ଏହା ବି ପଢନ୍ତୁ...Asian Games: ଭାରତର ପଦକ ସଂଖ୍ୟା ଶତକ ପାର, ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା
ଇଟିଭି ଭାରତ, ପୁରୀ