Mother's Day 2023: ବାଲୁକା କଳାରେ ମାତୃ ଦିବସର ଶୁଭେଚ୍ଛା
ପୁରୀ: ମାଆ ପାଇଁ ଦିନଟିଏ । ଆଜି ମାତୃ ଦିବସ । ଦୁନିଆର ପ୍ରଥମ ପ୍ରେମ, ସବୁଠାରୁ ମୂଲ୍ୟବାନ ବରଦାନ, ଧରାପୃଷ୍ଟରେ ଚଳନ୍ତି ଠାକୁର ସେ ମାଆ । ମାଆ ଆଗରେ ସବୁକିଛି ତୁଚ୍ଛ । ପୁରା ପରିବାର ସେବାରେ ଯାହାର ଜୀବନ ସମର୍ପିତ, ଆଜି ବିଶ୍ବ ମାତୃ ଦିବସ ଅବସରରେ ସାରା ବିଶ୍ବ ସେହି ମାଆକୁ ସମ୍ମାନ ଜଣାଉଛି । ପ୍ରତିବର୍ଷ ମେ ମାସ ଦ୍ଵିତୀୟ ରବିବାରକୁ ମାତୃ ଦିବସ ଭାବେ ସାରା ବିଶ୍ଵରେ ପାଳନ କରାଯାଏ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମାତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ନିଆରା ବାଲୁକା ଚିତ୍ର କଳା ନିର୍ମାଣ କରି ପ୍ରତି ମାଆକୁ ସମ୍ମାନ ଜଣାଇଛନ୍ତି । ପୁରୀ ବେଳଭୂମିର ନିଳାଦ୍ରୀ ବିଚ ନିକଟରେ ଏହି ସୁନ୍ଦର ବାଲୁକା ଚିତ୍ର କଳା କରାଯାଇଛି । ଯେଉଁଥିରେ ସନ୍ତାନ ପ୍ରତି ମାଆର ମୂଲ୍ୟବାନ ସ୍ନେହ, ଭଲପାଇବାକୁ ଦର୍ଶାଯାଇଛି ।
ପୁରୀ, ଇଟିଭି ଭାରତ