ଓଡିଶା

odisha

Har Ghar Triranga

By

Published : Aug 13, 2023, 9:20 PM IST

ETV Bharat / videos

77TH Independence Day: ବାଲୁକା ଚିତ୍ରକଳାରେ ହର ଘର ତ୍ରିରଙ୍ଗା ଥିମ୍

ପୁରୀ:ଆସନ୍ତା ଅଗଷ୍ଟ 15 ତାରିଖରେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆହ୍ବାନ । 'ହର୍‌ ଘର୍‌ ତ୍ରିରଙ୍ଗା'କୁ ପରମ୍ପରାରେ ବଦଳାଇବାକୁ ମୋଦି ଆହ୍ବାନ ଦେଇଛନ୍ତି । ଏହି ବାର୍ତ୍ତାକୁ ଭାରତବାସୀଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।  ପୁରୀ ବେଳାଭୂମିରେ ଏ ନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସମର୍ଥନ ଦେଇଛନ୍ତି । 10 ଫୁଟ୍ ଓସାର, 5 ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ବିଶାଳ ବାଲୁକା ଚିତ୍ରକଳା କରାଯାଇଛି । ଯେଉଁଥିରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁ ଘରେ ତ୍ରିରଙ୍ଗା ଉଡୁଥିବା ଦେଖିବାକୁ ମିଳିଥିବା ବେଳେ 2 ଜଣ ବାଳକ ବାଳିକା ଏହାକୁ ସେଲିବ୍ରେଟ କରୁଛନ୍ତି। ଏହାକୁ ସେ ଅତି ସୁନ୍ଦର ଭାବରେ ବାଲୁକା ଚିତ୍ରକଳାରେ ଦର୍ଶାଇଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ପୁରି ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details