Sand Sculpture on RRR Movie: ବାଲୁକାକଳାରେ ଓସ୍କାର ପୁରସ୍କାର ଶୁଭେଚ୍ଛା - ଏଲିଫ୍ୟାଣ୍ଟ ହୁଇସପରର୍ସ
ପୁରୀ: ସମ୍ମାନଜନକ ୯୫ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ ହୋଇଛି । ଏହି ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ ଏବଂ ‘ଆରଆରଆର’ ର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଓରିଜିନାଲ ଗୀତ ବର୍ଗରେ ଓସ୍କାର ପୁରସ୍କାର ମିଳିଛି। ଏହାକୁ ନେଇ ସାରା ଭାରତରେ ଆନନ୍ଦ ର ଲହରୀ ଖେଳି ଯାଇଛି। ଏହି ବିରଳ ସଫଳତା ଅବସରରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବିଚରେ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି ସୁଦର୍ଶନ । ସେହିପରି ଅନ୍ୟପଟେ ଏହି ଐତିହାସିକ ବିଜୟ ଉପରେ ସୋସିଆଲ ମିଡିଆରେ ବଲିଉଡ ଏବଂ ଟଲିଉଡ ତାରକାମାନେ ଶୁଭେଚ୍ଛା ଜଣାଇଛନ୍ତି । କେବଳ ତାରକା ନୁହଁନ୍ତି ଅନେକ ରାଜନେତା ମଧ୍ୟ ଭାରତର ଏହି ଓସ୍କାର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରଶଂସକଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଇଟିଭି ଭାରତ, ପୁରୀ