ଓଡିଶା

odisha

ବାଲୁକାକଳାରେ ହୋଲି ଓ ମହିଳା ଦିବସ ଶୁଭେଚ୍ଛା

By

Published : Mar 6, 2023, 10:09 PM IST

sand art in puri

ପୁରୀ:ରଙ୍ଗର ପର୍ବ ହୋଲିରେ ରାସାୟନିକ ରଙ୍ଗ ବଦଳରେ ଚଳିତ ହୋଲି ଉତ୍ସବରେ ହର୍ବାଲ ରଙ୍ଗ ବ୍ୟବହାର କରିବା । ଏଭଳି କିଛି ସଚେତନତାର ବାର୍ତ୍ତା ଦିଆଯାଇଛି ବାଲୁକା ଚିତ୍ରକଳା ମଧ୍ୟମରେ । ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଏହି ବାର୍ତ୍ତା ଦିଆଯାଇଛି । ବାଲୁକା ଚିତ୍ରଶିଳ୍ପୀ ସରିତା ଗୋଚ୍ଛାୟତ ଏହି ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କୁ । ରାସାୟନିକ ରଙ୍ଗ ବ୍ୟବହାର ଦ୍ଵାରା ବିଭିନ୍ନ ଚର୍ମ ରୋଗ ସହ ଆଖିରେ ପଡିଲେ ଆଖି ଖରାପ ହେବା ଅନେକ ସମ୍ଭାବନା ରହିଛି । ଏଣୁ ହୋଲି ଖେଳରେ ସମସ୍ତେ ରାସାୟନିକ ରଙ୍ଗରୁ ଦୂରେଇ ରହି ହର୍ବାଲ ରଙ୍ଗ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସରିତା ଗୋଚ୍ଛାୟତ । ସେହିଭଳି ହୋଲି ଉତ୍ସବ ଦିନ ଅନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ପାଳନ ହେଉଛି । ଏଣୁ ସମସ୍ତେ ମହିଳାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବାକୁ ସେ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି । ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details