ଓଡିଶା

odisha

gangadhar meher jayanti

ETV Bharat / videos

ବାଲୁକା କଳାରେ କବି ଗଙ୍ଗାଧର ମେହେରଙ୍କୁ ଶ୍ରଦ୍ଧାଞ୍ଜଳି, ଭାଇରାଲ ହେଉଛି କୁନି ପୁଅର ଭାଷଣ - ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

By ETV Bharat Odisha Team

Published : Aug 30, 2023, 1:49 PM IST

ବଲାଙ୍ଗୀର: ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ବାଲୁକା ପ୍ରତିମୂର୍ତ୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ । କବି ଗଙ୍ଗାଧର ମେହେରଙ୍କ ବିଶ୍ବ ପ୍ରତି ଥିବା ଦୃଷ୍ଟି ଭଙ୍ଗକୁ ସେ ଏହି ବାଲୁକା କଳାରେ ପ୍ରତିଫଳିତ କରିଛନ୍ତି । ଯେଉଁଥିରେ ବିଶ୍ବ ଦେଖ ମଧୁମେୟ ଉକ୍ତିକୁ ନେଇ ଏହି ବାଲୁକା କଳା ପ୍ରସ୍ତୁତ ହୋଇଛି । ତେବେ ଏନେଇ ଓମ ପ୍ରକାଶ ସାହୁ କହିଛନ୍ତି ଯେ, କବି ଗଙ୍ଗାଧର ମେହେରଙ୍କ 162 ତମ ଜୟନ୍ତୀରେ ସେ ବାଲୁକା କଳାରେ ପ୍ରତିମୂର୍ତ୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କବି ଯେମିତି ବିଶ୍ୱକୁ ଏକ ସୁନ୍ଦର ବିଶ୍ୱ ଭାବରେ ଦେଖିବାକୁ ଓ ହୃଦବୋଧ କରିବାକୁ କହିଥିଲେ ତାକୁ ନେଇ ସେ ଲୋକଙ୍କୁ ଏହି ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି ।  

 ଏହା ମଧ୍ୟ ପଢନ୍ତୁ- Raksha Bandhan 2023: ବାଲୁକାକଳାରେ ଜହ୍ନ ମାମୁଁ, ଶିଳ୍ପୀ ସୁଦର୍ଶନଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ଅନ୍ୟପଟେ ଓମ ପ୍ରକାଶ ସାହୁ ଏକ ଧାରାରେ ଜଣେ ବାଲୁକା ଶିଳ୍ପୀ ଚିତ୍ରକର ହୋଇଥିବା ବେଳେ ତାଙ୍କ କୁନି ପୁଅ ଧର୍ମପଦ ସାହୁ ମଧ୍ୟ କିଛି କମ ନୁହଁନ୍ତି । ତାଙ୍କ ପୁଅର ବୟସ ମାତ୍ର 3 ବର୍ଷ ହୋଇଥିବା ବେଳେ ସେ ଏହି ମହାନ କବି ଗଙ୍ଗାଧର ମେହେରଙ୍କୁ ନେଇ ଦେଇଥିବା ସୁନ୍ଦର ବକ୍ତବ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । କୁନି ମୁହଁରୁ କବିଙ୍କ ମହାନ ଗାଥା ଅନର୍ଗଳ ଭାବରେ ବାହାରିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି । ତେବେ ପୂର୍ବରୁ ଏହି କୁନି ପୁଅ ମାତ୍ର ଦେଢ଼ ବର୍ଷ ବୟସରେ ପୃଥିବୀର ସବୁ ଦେଶର ରାଜଧାନୀ ନାମ କହି ପାରୁଥିବାରୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଥିଲେ । ସେହିପରି ଏବେ ତାଙ୍କର ଏହି ଅଭିଭାଷଣ ମଧ୍ୟ ସମସ୍ତଙ୍କୁ କବିଙ୍କ ପ୍ରତି ଶ୍ରଦ୍ଧା ଭାବକୁ ବଢ଼ାଇଛି। ତେବେ ତାଙ୍କର ଅଭିଭାଷଣରେ କହିଛନ୍ତି, କବି ଗଙ୍ଗାଧର ମେହେର ବରପାଳିରେ ଜନ୍ମ ଗ୍ରହଣ କରିଥିଲେ। ସେ ଖୁବ ଗରିବ ଥିଲେ ସୁଦ୍ଧା ପଙ୍କରେ ପଦ୍ମ ଫୁଟିଲା ପରି ତାଙ୍କର ପ୍ରତିଭା ପୁଷ୍ପରିତ ହୋଇଥିଲା।  ସେ ଅନେକ କବିତା ମାଳା ଲେଖି ଥିଲେ ଓ ଦିନେ ମହାନ ବ୍ୟକ୍ତି ଭାବରେ ପରିଗଣିତ ହୋଇଥିଲେ ।  

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details