World Veterinary Day: ବାଲୁକା କଳାରେ ପ୍ରାଣୀ ଚିକିତ୍ସକଙ୍କୁ ଧନ୍ୟବାଦ ଜଣାଇଲେ ମାନସ - ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା
ପୁରୀ: ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ "ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ" ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ସେ ଏହି ବାଲୁକା କଳା ମାଧ୍ୟମରେ ସମସ୍ତ ପ୍ରାଣୀ ଚିକିତ୍ସିକ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମର ପ୍ରିୟ ପଶୁ ପକ୍ଷୀ ଯେଉଁମାନେ କି କଥା କହିପାରନ୍ତି ନାହିଁ ସେମାନଙ୍କ ଚିକିତ୍ସା କରି ଆରୋଗ୍ୟ ଲାଭ କରାଉଥିବା ମହାନ ବ୍ୟକ୍ତିତ୍ୱମାନଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା । ଏଥିରେ 15ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାଟି 6 ଫୁଟ ଏବଂ 15ଫୁଟ ଓସାର ବିଶିଷ୍ଟ ଅଟେ । ଏଥିରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ଦେଇଛନ୍ତି । ଆଜିର ବାଲୁକା କଳା ପ୍ରଦର୍ଶନରେ ଡା. କମଲେସ ପ୍ରଧାନ ଓ ଅନ୍ୟ ପ୍ରାଣୀ ଚିକିତ୍ସକମାନେ ଉପସ୍ଥିତ ଥିଲେ ।