ଓଡିଶା

odisha

Etv Bharat

ETV Bharat / videos

Independence Day 2023: ନିଳାଦ୍ରି ବିଚ୍‌ରେ ଛାତ୍ରଛାତ୍ରୀଙ୍କ ସୁନ୍ଦର କଳାକୃତି, ଜଣାଇଲେ ଶୁଭେଚ୍ଛା

By

Published : Aug 14, 2023, 9:20 PM IST

ପୁରୀ:77ତମ ସ୍ଵାଧୀନତା ଦିବସକୁ ନେଇ ସାରା ଦେଶ ଚଳଚଞ୍ଚଳ । ଏହାକୁ ପାଳନ ପାଇଁ ଭାରତବାସୀ ବେଶ ଉତ୍ସାହିତ ଅଛନ୍ତି ।  ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ କଲେଜ ଛାତ୍ରଛାତ୍ରୀ ପୁରୀ ନିଳାଦ୍ରୀ ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସାରା ଦେଶବାସୀଙ୍କୁ 77 ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଏହାକୁ ଉତ୍ସାହର ସହ ପାଳନ କରିବା ପାଇଁ ବାଲୁକା ଚିତ୍ରକଳାରେ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହି ବାଲୁକା ଚିତ୍ରକଳାରେ ଭାରତର ଚନ୍ଦ୍ରଯାନ-୩ ମିଶନକୁ ସ୍ଥାନ ଦିଆଯାଇଛି । ସେହିପରି ଭାରତର ପ୍ରସିଦ୍ଧ ଐତିହ୍ୟ କୀର୍ତ୍ତିରାଜିର ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି ।  ତେବେ ଏହି ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ପୁରୀ ନିଳାଦ୍ରୀ ବିଚରେ ପର୍ଯ୍ୟଟକ ବେଶ ଭିଡ ଜମାଇଥିଲେ । ସୂଚନା ଥାଉ କି ଗତକାଲି ହର ଘର ତ୍ରିରଙ୍ଗା ଅଭିଯାନର ଆହ୍ବାନ ଜଣାଇ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ବାଲୁକାକଳା କରିଥିଲେ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details