ଓଡିଶା

odisha

କବିତାରେ ଶୁଣନ୍ତୁ ନୂଆଁଖାଇ ପର୍ବର ଗାଥା

ETV Bharat / videos

କବିତାରେ ଶୁଣନ୍ତୁ ନୂଆଁଖାଇ ପର୍ବର ଗାଥା - ନୂଆଁଖାଇ

By ETV Bharat Odisha Team

Published : Sep 20, 2023, 8:53 AM IST

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଭିତ୍ତିକ ଗଣ ପର୍ବ ନୂଆଁଖାଇଁ । ଏହା ସହ ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବାବେଗ ଜଡିତ ରହିଛି  । ସମୟର ସହ ଏହା ପରିମାର୍ଜିତ ହୋଇଛି ତେବେ ଏହାର ପରମ୍ପରା ଓ ମୌଳିକତା ଆଜି ବି ବଜାୟ ରହିଛି । ଏଥିରେ ପଶ୍ଚିମ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ପୁଣି ଆସିଛି ନୂଆଁଖାଇ । ପଶ୍ଚିମ ଓଡ଼ିଶାର କୃଷି ପର୍ବ ନୂଆଁଖାଇ ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପାଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଲୋକେ ପାଳନ କରି ଆସୁଛନ୍ତି । ଏହି ପର୍ବର ନାଁ ଭଳି ଏଥିରେ ସବୁ କିଛି ନୂଆଁ ହୋଇଥାଏ । ପରିବାରର ସମସ୍ତେ ନୂଆବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି । ନୂଆବସ୍ତ୍ର ପିନ୍ଧି ନୂତନ ଭାବେ ଅମଳ ହୋଇଥିବା ଖାଦ୍ୟ ଶସ୍ୟକୁ ନିଜ ନିଜ ଇଷ୍ଟ ଦେବା ଦେବୀଙ୍କୁ ନୈବେଦ୍ୟ ଆକାରରେ ଅର୍ପଣ କରି ଏହାକୁ ପ୍ରସାଦ ଆକାରରେ ପରିବାର ସମସ୍ତେ ଏକାଠି ବସି ଗ୍ରହଣ କରିବାକୁ ହିଁ ନୂଆଁଖାଇ କୁହାଯାଏ । ଏହାପରେ ପରିବାରର ବରିଷ୍ଠମାନଙ୍କୁ ଜୁହାର ହେବା ଓ ବରିଷ୍ଠମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦେବାର ଏହାର ଆଉ ଏକ ମୌଳିକତା । ସେଥିପାଇଁ ଏହି ପର୍ବ ପାଳନ କରିବାକୁ ହେଲେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ପଡିଥାଏ । ଏହା ହେଉଛି ନୂଆଁଖାଇର ପରମ୍ପରା ।  ତେବେ ନୂଆଁଖାଇକୁ ନେଇ ଅନେକ ପୁସ୍ତକ ଲେଖା ଯାଇଛି । ଏହାକୁ ନେଇ ଅନେକ କବିତା ମଧ୍ୟ ଲେଖା ଯାଇଛି । ନୂଆଁଖାଇ ପାଇଁ ସମ୍ବଲପୁର ଜିଲ୍ଲାରେ କିଛି ବ୍ୟକ୍ତି ବିଶେଶ କବିତା ପ୍ରସ୍ତୁତ କରିଛନ୍ତି । ସେମାନଙ୍କୁ ମୁହଁରୁ ଶଣନ୍ତୁ ନୂଆଁଖାଇ ପର୍ବର ଗାଥା....

ଏହା ବି ପଢନ୍ତୁ...ଆଜି ଭାବର ତିହାର ନୂଆଁଖାଇ, ଦୁଲୁୁକୁଛି ପଶ୍ଚିମ ଓଡ଼ିଶା

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details