Watch Video: ୬ ଫୁଟିଆ ଦାଢ଼ୀରେ ସିଲିଣ୍ଡର ଉଠାଇଲେ ସାଧୁ - ଦାଢ଼ୀରେ ଉଠାଇଲେ ସିିଲିଣ୍ଡର
ଜୟପୁର:ସୋସିଆଲ ମିଡ଼ିଆରେ ଜଣେ ସାଧୁଙ୍କ ଆଶ୍ଚର୍ଯ୍ୟଜକନ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ୭୦ ବର୍ଷୀୟ ସାଧୁ ନିଜ ଦାଢ଼ୀରେ ଦୁଇଟି ସିଲିଣ୍ଡର ଉଠାଉଛନ୍ତି । ୬ ଫୁଟ ଲମ୍ବା ଦାଢ଼ୀରେ ଏକ ଗାମୁଛା ସାହାଯ୍ୟରେ ଦୁଇଟି ଗ୍ୟାସ ଭର୍ତ୍ତି ସିଲିଣ୍ଡରକୁ ବାନ୍ଧି ତାକୁ ସ୍ପର୍ଶ ନକରି ଅତି ସହଜରେ ଉଠାଉଥିବା ଦେଖିବାକୁ ମିଳିଛି । ଗ୍ୟାସ ଭର୍ତ୍ତି ଉଭୟ ସିଲିଣ୍ଡରର ଓଜନ ପ୍ରାୟ ୫୬ କିଲୋଗ୍ରାମ ଥିଲା । ସେଠାରେ ଉପସ୍ଥିତ ଭକ୍ତମାନେ ସାଧୁଙ୍କ ଅଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଦେଖି ଆନନ୍ଦିତ ହେଉଛନ୍ତି । ଭାଇରାଲ ଭିଡ଼ିଓଟି ରାଜସ୍ଥାନ ଭରତପୁରର ହୋଇଥିବା ସୂଚନା ମିଳିଛି । ସାଧୁ ଜଣକ ହେଉଛନ୍ତି ଜାନକୀ ଦାସ ମହାରାଜ । ସେ ମଥୁରା ବାଇପାସ ଗୋଲପୁରା ସ୍ଥିତ ହନୁମାନ ମନ୍ଦିରରେ ରହୁନ୍ତି । ସେ ଏହି ମନ୍ଦିରରେ ପୂଜା କରିବା ସହିତ ଯତ୍ନ ନେଇଥାନ୍ତି । ଭିଡ଼ିଓଟି ଗୁରୁପୂର୍ଣ୍ଣିମା ଦିନର ବୋଲି କୁହାଯାଉଛି । ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।