ଓଡିଶା

odisha

sagara bije niti

By

Published : May 19, 2023, 7:35 PM IST

ETV Bharat / videos

ସାବିତ୍ରୀ ବ୍ରତ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ, ଅମାବାସ୍ୟାରେ ଅନୁଷ୍ଠିତ ହେଲା ସାଗର ବିଜେ ନୀତି

ପୁରୀ:ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଜମିଛି ବ୍ରତଧାରୀଙ୍କ ଭିଡ଼ ।  ନିଜ ସ୍ୱାମୀର ଦୀର୍ଘାୟୁ କାମନା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ସାବିତ୍ରୀ ବ୍ରତଧାରୀ। ଶ୍ରୀମନ୍ଦିର ଭିତରେ ଥିବା ଭୁବନେଶ୍ୱରୀ ମନ୍ଦିରରେ ଦେବୀ ସାବିତ୍ରୀଙ୍କୁ ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଛନ୍ତି। ସେମାନେ ସାଙ୍ଗରେ ନୂତନ ଶାଢ଼ୀ, ସେଓ, ଅଙ୍ଗୁରୁ, କମଳା, କଦଳୀ, ପଣସ ଭଳି ବିଭିନ୍ନ ପ୍ରକାରର ଫଳମୂଳ ନେଇ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କ ସାଗର ବିଜେ ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିଲା ପରେ ମହାଜନ ସେବାୟତ ଦକ୍ଷିଣୀ ଘରୁ ଶ୍ରୀ ନାରାୟଣ ମୂର୍ତ୍ତି ଙ୍କୁ ଆଣି ରତ୍ନସିଂହାସନ ବିଜେ କରିଥିଲେ ।  

ପାଳିଆ ପୂଜାପଣ୍ଡା ଗରାବଡୁଙ୍କ ଠୁ ହତୁଆଣୀ ନେଇ ଉକ୍ତ ନାରାୟଣ ମୂର୍ତ୍ତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ମାଳ ପ୍ରଦାନ କରିଥିଲେ । ଏହାପରେ ମହାଜନ ସେବାୟତ ନାରାୟଣଙ୍କୁ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ପାଲିଙ୍କିକୁ ସ୍କନ୍ଧରେ ବୋହି ଘଣ୍ଟ , ଛତ୍ର , କାହାଳୀରେ ସିଂହଦ୍ୱାର ଦେଇ ବାଲିସାହି ରାସ୍ତାରେ ସମୁଦ୍ର କୂଳ ସ୍ୱର୍ଗଦ୍ୱାର ଠାରେ ବିଜେ କରାଯାଇଥିଲା। ସମୂଦ୍ର କୂଳ ବାଲିରେ ବିଜେ ହେବା ପରେ ଗରାବଡୁ ସେବାୟତ ସମୁଦ୍ର ପାଣି ଆଣି ପଣ୍ଡାଙ୍କ ହାତକୁ ବଢ଼ାଇଥିଲେ । ପୂଜାପଣ୍ଡା ଜଳ ସଂସ୍କାର କରି ଠାକୁରଙ୍କୁ ଲାଗି କରାଇଥିଲେ। ସାବତ ନିଯୋଗ ପକ୍ଷରୁ ପଣା ଭୋଗ ହେବା ସହ ଆଳତି  ଓ ବନ୍ଦାପନା ହୋଇଥିଲା। । ଏହାପରେ ଠାକୁର ବିମାନରେ ଜମ୍ବେଶ୍ବର ମହାଦେବଙ୍କ ମନ୍ଦିର ଭିତର ଗମ୍ଭୀରାକୁ ବିଜେ କରିଥିଲେ। ଦହି ଓ ପଞ୍ଚାମୃତ ରେ ମହାସ୍ନାନ ହୋଇଥିଲା। ଖଇ ଓ କୋରା ଆଦି ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥିଲା। ନୀତି ସରିବା ପରେ ଶ୍ରୀ ନାରାୟଣଙ୍କୁ ହରଚଣ୍ଡୀ ସାହି ଓ ମଣିକର୍ଣ୍ଣିକା ସାହି ଦେଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର କୁ ବାହୁଡା ବିଜେ କରାଯାଇଥିଲା। ସେପଟେ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା ଚାଲିଥିବା ବେଳେ ବିଧି ଅନୁଯାୟୀ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆଜ୍ଞାମାଳ ପାଇ ଜଳକ୍ରୀଡା ମଣ୍ଡପକୁ ବିଜେ କରିଥିଲେ। ସେଠାରେ ଜଳକ୍ରୀଡା ସହ ଆଲଟ ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥିଲା। 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details