ଓଡିଶା

odisha

ଫେଲ ମାରିଲା ଟ୍ରାଫିକ ବ୍ୟବସ୍ଥା, ନିୟନ୍ତ୍ରଣ କଲେ ବିଧାୟକ

By

Published : Dec 26, 2022, 3:46 PM IST

Updated : Feb 3, 2023, 8:37 PM IST

ବାଲେଶ୍ବର: ଜିଲ୍ଲାରେ ଫେଲ ମାରିଲା ଟ୍ରାଫିକ ବ୍ୟବସ୍ଥା । ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସି ରହିଲା ଆମ୍ବୁଲାନ୍ସ। ଶେଷରେ ଗାଡ଼ିରୁ ଓହ୍ଲାଇ ଟ୍ରାଫିକ ନିୟନ୍ତ୍ରଣ କଲେ ସଦର ବିଧାୟକ ସ୍ବରୂପ ଦାସ । ସୂଚନା ଅନୁସାରେ, ଗତକାଲି 25 ଡିସେମ୍ବରରେ ହସ୍ପିଟାଲ ରୋଡ଼ରେ ଥିବା କ୍ୟାଥୋଲିକ ଚର୍ଚ୍ଚରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ ହସ୍ପିଟାଲକୁ ଯାଉଥିବା ଆମ୍ବୁଲାନ୍ସ ଭିଡ଼ରେ ଫସି ଯାଇଥିଲା। ରାସ୍ତାଟି ହସ୍ପିଟାଲକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଟ୍ରାଫିକ ବ୍ୟବସ୍ଥା କଡା କରାଯାଇନଥିବାରୁ ଏପରି ସ୍ଥିତି ଉପୁଜିଥିଲା। ତେଣୁ ପ୍ରବଳ ଭିଡ ଯୋଗୁଁ ଆମ୍ବୁଲାନ୍ସ ଫସି ରହି ଯାଇଥିଲା। ସେହି କ୍ୟାଥଲିକ ଚର୍ଚ୍ଚରେ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଅତିଥିଭାବେ ନିମନ୍ତ୍ରଣ କରା ଯାଇଥିଲା। ବିଧାୟକ ଚର୍ଚ୍ଚକୁ ଆସିବା ସମୟରେ ରାସ୍ତାରେ ଆମ୍ବୁଲାନ୍ସ ଫସିରହିଥିବା ଦେଖି ଗାଡ଼ିରୁ ଓହ୍ଲାଇ ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details