ଓଡିଶା

odisha

sasu bohu conference in baleswar

ETV Bharat / videos

ଗର୍ଭବତୀ ମହିଳା ଓ ଶାଶୂଙ୍କୁ ନେଇ ଶାଶୂବୋହୂ ସମ୍ମିଳନୀ - ବାଲେଶ୍ୱରରେ ଶାଶୁ ବୋହୂ ସମ୍ମିଳନୀ

By ETV Bharat Odisha Team

Published : Sep 12, 2023, 5:48 PM IST

ବାଲେଶ୍ୱର:ମାତୃ ଗର୍ଭରୁ ଶିଶୁଟିଏ ଜନ୍ମ ହେବାଠୁ ନେଇ ବୃଦ୍ଧ ଅବସ୍ଥାରେ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଅନେକ ଯୋଜନା ପ୍ରଣୟନ କରାଯାଇଛି । ମମତା ଯୋଜନା, ଜନନୀ ସୁରକ୍ଷା ଭଳି ଯୋଜନା ଦ୍ୱାରା ଗାଁ ଗହଳିଠୁ ଆରମ୍ଭ କରି ସହରର ମହିଳାମାନେ ବେଶ ଉପକୃତ ହୋଇ ପାରୁଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ଗର୍ଭବତୀ ମହିଳାମାନଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରାଯାଉଛି। ମା ଓ ଶିଶୁ ଉଭୟ ପୃଷ୍ଟିକର ଖାଦ୍ୟ ଏବଂ ଉଚିତ ସମୟରେ ଚିକିତ୍ସା ସୁବିଧା ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ସେହିପରି ବିଭିନ୍ନ ଅଙ୍ଗନବାଡି ଦ୍ୱାରା ଗର୍ଭବତୀ ମହିଳା ଓ ସେମାନଙ୍କ ଶାଶୂ ମାନଙ୍କ ମଧ୍ୟରେ ଉତ୍ତମ ଭାବ ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ହସଖୁସି ବାଣ୍ଟିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଶାଶୂବୋହୂ ସମ୍ମିଳନୀ । 

ତେବେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଭାଟପଡା ଅଙ୍ଗନବାଡି କେନ୍ଦ୍ର ପରିସରରେ ମାଖନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ଶାଶୂ ଓ ବୋହୂ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ସେମାନଙ୍କ ଶାଶୂମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ଏକ ଅଭିନବ ପ୍ରୟାସ କରାଯାଇଥିଲା। ଶାଶୂ ଓ ବୋହୂ ମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦୂର କରିବା ଓ ଉତ୍ତମ ସମ୍ପର୍କ ରକ୍ଷା କରିବା ପାଇଁ ଶାଶୁ ବୋହୂଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା ଓ ସେମାନଙ୍କ ମଧ୍ୟରେ ପ୍ରଥମ,ଦ୍ଵିତୀୟ, ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଶାଶୂ ବୋହୂ ସମ୍ମିଳନୀରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ଜୟନ୍ତି ରଥ, ମାଖନପୁର ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ ସତ୍ୟଭାମା ବାରିକ, ସିଏଚଓ ସୁଶ୍ରୀ ସଙ୍ଗୀତା ଜେନା, ଅଙ୍ଗନବାଡି କର୍ମୀ ସୁକାନ୍ତି ଦାସ, ଆଶାକର୍ମୀ ବବିତାରାଣୀ ଶିଅଳ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ,ବାଲେଶ୍ୱର  

ABOUT THE AUTHOR

...view details