ଓଡିଶା

odisha

ଜଗା ପ୍ରେମରେ ଋଷୀୟ ଭକ୍ତ: କାଳିଆ ନାଁ ତୁଣ୍ଡରେ ଧରି ସେବନ କଲେ ମହାପ୍ରସାଦ

By

Published : Apr 12, 2023, 8:47 AM IST

କାଳିଆ ପ୍ରେମରେ ବିଦେଶୀ ଭକ୍ତ

ପୁରୀ: କାଳିଆ ପ୍ରେମରେ ବିଦେଶୀ ଭକ୍ତ । ଜଗତର‌ ନାଥ ଜଗନ୍ନାଥ । ତାଙ୍କ ଇଛା ବିନା ପତ୍ରଟିଏ ମଧ୍ୟ ହଲେ ନାହିଁ । ଏଭଳି ବିଶ୍ବାସ ରହିଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର । ତେବେ ଏହି ବିଶ୍ବାସ କେବଳ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭିତରେ ସୀମିତ ନାହିଁ । ଅନେକ ବିଦେଶୀ ତଥା ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ମଧ୍ୟ ମହାପ୍ରଭୁଙ୍କ ଚମତ୍କାରିତାକୁ ଅନୁଭବ କରିଛନ୍ତି । ଏଣୁ ଅନେକ ସମୟରେ ଦେଖାଯାଇଛି ବିଦେଶୀମାନେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି । ଏହାରି ଭିତର ବିଦେଶୀ ଭକ୍ତଙ୍କ କାଳିଆ ପ୍ରେମର ଏକ ଦୃଶ୍ୟ ସାମ୍ନାକୁ ଆସିଛି । 

ବିଦେଶୀ ଭକ୍ତମାନେ ଲମ୍ବା ଧାଡ଼ିରେ ବସି ହାତଯୋଡି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଏହାସହ କଦଳୀ ପତ୍ର ଉପରେ ମହାପ୍ରଭୁଙ୍କ ଦୁର୍ଲଭ ମହାପ୍ରସାଦ ଖାଇଛନ୍ତି । ଏହାକୁ ସେବନ କରିବା ପୂର୍ବରୁ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କୁ ପ୍ରଥମେ ସ୍ମରଣ କରିବା ପରେ ଏହାକୁ ଅତି ଆନନ୍ଦର ସହ ସେବନ କରୁଛନ୍ତି । ଆଧୁନିକ ଚାକଚକ୍ୟକୁ ଛାଡ଼ି ହିନ୍ଦୁ ପରମ୍ପରା ଅନୁଯାୟୀ ତଳେ ବସି କଦଳୀ ପତ୍ରରେ ମନ ଆନନ୍ଦରେ ମହାପ୍ରସାଦ ସେବନ କରୁଛନ୍ତି । ତେବେ ଏହି ବିଦେଶୀ ଭକ୍ତ ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ଟିକେ ପାଇବା ପାଇଁ ସୁଦୂର ରୁଷିଆରୁ ଶ୍ରୀକ୍ଷେତ୍ର ଚାଲି ଆସିଛନ୍ତି ।‌ ଯଦିଓ ବିଦେଶୀ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ଅନୁମତି ନାହିଁ ତେବେ ସେଥିରେ ଦୁଃଖ ପ୍ରକାଶ ନକରି ହୃଦୟରେ ମହାପ୍ରଭୁଙ୍କୁ ରଖି ମନ୍ତ୍ର ଉଚ୍ଚାରଣ ସହ ମହାପ୍ରସାଦ ସେବନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details