ଓଡିଶା

odisha

RPF saves elderly woman falling from moving train

ETV Bharat / videos

Watch: ମରଣ ମୁହଁରୁ ବୃଦ୍ଧାଙ୍କୁ ଟାଣି ଆଣିଲେ RPF କର୍ମଚାରୀ - ଚଳନ୍ତା ଟ୍ରେନରୁ ଖସି ପଡିଲେ ଯାତ୍ରୀ

By

Published : Jul 30, 2023, 10:04 AM IST

ଖୋର୍ଦ୍ଧା: ଦେବଦୂତ ସାଜିଲେ RPF କର୍ମଚାରୀ । ମରଣ ମୁହଁରୁ ଟାଣି ଆଣିଲେ ବୃଦ୍ଧାଙ୍କୁ । ଘଟଣାଟି ଖୋର୍ଦ୍ଧା ରୋଡ଼ ଷ୍ଟେସନର । ଜଣେ ବୃଦ୍ଧା ଚଳନ୍ତା ଟ୍ରେନରୁ ଖସି ଟ୍ରାକରେ ପଡିବା ପୂର୍ବରୁ RPF କର୍ମଚାରୀ ଠିକ୍ ସମୟରେ ପହଞ୍ଚି ତାଙ୍କୁ ବଞ୍ଚାଇ ଦେଇଥିଲେ । ଟିକିଏ ଡେରି ହୋଇଥିଲେ ବୃଦ୍ଧାଙ୍କ ଜୀବନ ଚାଲି ଯାଇଥାନ୍ତା । ଯାହା ସୂଚନା ମିଳିଛି, ପୁରୀ ଯିବାପାଇଁ ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଥିଲେ ୬୫ ବର୍ଷୀୟ ଜଣେ ବୃଦ୍ଧା ଓ ତାଙ୍କ ପରିବାର । ଦୁର୍ଗ ପୁରୀ ଏକ୍ସପ୍ରେସରେ ପୁରୀ ଯାଇଥାନ୍ତେ । ସେମାନେ ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଲା ବେଳକୁ ଟ୍ରେନ ଛାଡିଦେଲା । 

ବୃଦ୍ଧାଙ୍କ ପରିବାର ଲୋକେ ଟ୍ରେନରେ ଚଢ଼ିଗଲେ, କିନ୍ତୁ ବୃଦ୍ଧା ଜଣଙ୍କ ଟ୍ରେନରେ ଚଢ଼ିବା ସମୟରେ ତାଙ୍କ ଗୋଡ଼ ଖସିଗଲା । ଆଉ ସେ ଟ୍ରେନ ଚକା ତଳକୁ ଯିବା ସମୟରେ ସେଠାରେ ଡ୍ୟୁଟି କରୁଥିବା RPF ASI ଜେ. କେ. ଆଚାର୍ଯ୍ୟ ଓ ହେଡ କନେଷ୍ଟବଳ M. Y. Rao ଦେବଦୂତ ସାଜି ଆସି ବୃଦ୍ଧା ମାଆଙ୍କ ଜୀବନ ବଞ୍ଚାଇଲେ । ଦୁଇ RPF କର୍ମଚାରୀଙ୍କ ସାହାସିକତା ପାଇଁ ବୃଦ୍ଧାଙ୍କ ପରିବାର ସହ ବରିଷ୍ଠ RPF ଅଫିସରମାନେ ଉଚ୍ଚ ପ୍ରଶଂସା କରିଛନ୍ତି  । ଏହି ପୁରା ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି  ।  

ଏହା ମଧ୍ୟ ଦେଖନ୍ତୁ:ସଙ୍କଟମୋଚନ ସାଜିଲେ ରେଳବାଇ ଅଧିକାରୀ, ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details